କନକ ବ୍ୟୁରୋ: ବାରବାଟୀ ଲଢେଇ ପାଇଁ କଟକରେ ପହଂଚିସାରିଛନ୍ତି ଦୁଇ ଦଳର ଯୋଦ୍ଧା । ଏପରିକି ଟସ୍ ଜିତି ପ୍ରଥମେ ୱେଷ୍ଟଇଣ୍ଡିଜ ଟିମ୍ ବ୍ୟାଟିଂ, ସହ ଟିମ୍ ଇଣ୍ଡିଆ ଫିଲ୍ଡିଂ ନିଷ୍ପତି ନେଇଛି । ତେବେ କ୍ୟାପଟେନ କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଏବଂ କିରଣ ପୋଲାର୍ଡଙ୍କ ନେତୃତ୍ୱରେ ୱେଷ୍ଟଇଣ୍ଡିଜ୍ ଟିମ୍ ସକାଳ ପ୍ରାୟ ୧୧ଟା ସମୟରେ କଡା ସୁରକ୍ଷା ବଳୟରେ ଭୁବନେଶ୍ୱରରୁ ବାହାରି ବାରବାଟୀରେ ପହଂଚିଥିଲେ । ଆଉ ଖେଳାଳିଙ୍କ ଗୋଟିଏ ଝଲକ ଦେଖିବାକୁ ହୋଟେଲ ବାହାରେ, ରାସ୍ତାରେ ଏବଂ ଷ୍ଟାଡିୟମ ନିକଟରେ ଦେଖିବାକୁ ମିଳିଥିଲା ପ୍ରଶଂସକଙ୍କ ଭିଡ ।

Advertisment

publive-image

ପ୍ରବଳ ଭିଡକୁ ନଜରରେ ରଖି ଏବଂ ଖେଳାଳିଙ୍କ ସୁରକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ତଥାପି କିନ୍ତୁ ନିଜ ପ୍ରିୟ ଖେଳାଳିଙ୍କର ଟିକିଏ ଝଲକ ଦେଖିବାକୁ ଦର୍ଶକ ପୂରା ପାଗଳ ହୋଇଯାଇଥିଲେ । ତେଣୁ ଯେତେବେଳେ ବାରବାଟୀ ମ୍ୟାଚ ପାଇଁ ଖେଳାଳିମାନେ ହୋଟେଲରୁ ବାହାରକୁ ବାହାରିଥିଲେ ସେତେବେଳେ କ୍ରୀଡାପ୍ରେମୀଙ୍କ ମଧ୍ୟରେ ରୋମାଂଚ ବଢିଯାଇଥିଲା । ଏପରିକି କିଛି ଲୋକ ତ ଖେଳାଳିଙ୍କ ଗାଡି ପଛେ ପଛେ ବେଶ୍ କିଛି ବାଟ ଗୋଡାଇ ଗୋଡାଇ ଯିବାର ମଧ୍ୟ ଦୃଶ୍ୟ ସାମ୍ନାକୁ ଆସିଥିଲା । ବିରାଟ ବିରାଟ ଡାକରେ ଫାଟି ପଡିଥିଲା ଦୈତ୍ୟନଗରୀ ଆଉ ପ୍ରଂଶସକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା କ୍ରିକେଟର କ୍ରେଜ୍ ।

publive-image

ତେବେ ଏସବୁ ଭିତରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଓୟୁଏଟିର କିଛି ଛାତ୍ରଙ୍କ ପିଆଜ ଅଫର । ବଜାରରେ ପିଆଜ ଦରର ଅହେତୁକ ବୃଦ୍ଧିକୁ ଦୃଷ୍ଟିରେ ରଖି ଓୟୁଏଟିର ଏହି ଛାତ୍ରମାନେ ଆପଣେଇଛନ୍ତି ଏକ ଅଭିନବ ଉପାୟ । ହାତରେ ପ୍ଲାକାର୍ଡ ଧରି ଖେଳାଳିଙ୍କୁ ଉତ୍ସାହିତ କରିବା ସହ କ୍ରୀଡାପ୍ରେମୀଙ୍କୁ ମଧ୍ୟ ଆକର୍ଷିତ କରିଥିଲେ ।ତେବେ ଏମାନଙ୍କର ଅଫର ଥିଲା କି, ଗୋଟିଏ ଛକା ମାରିଲେ ମିଳିବ ଗୋଟେ କିଲୋ ପିଆଜ... ଯଦି ଖେଳାଳିମାନେ ମ୍ୟାଚରେ ଛକା ମାରନ୍ତି ତେବେ ପ୍ରତିଟି ଛକାରେ ଦିଆଯିବ ଗୋଟେ କେଜି ଲେଖାଏଁ ପିଆଜ ।

ଓୟୁଏଟି ଛାତ୍ରଙ୍କ ପିଆଜ ଅଫର...