ଇନ୍ଦ୍ରାବତୀ ଜଳଭଣ୍ଡାର ପାଇଁ ଛାଡିଥିଲେ ଭିଟାମାଟି: ବୁଡି ଅଂଚଳରେ ରହି ଗମନାଗମନ ପାଇଁ ସମସ୍ୟା ଭୋଗୁଛନ୍ତି ବିସ୍ଥାପିତ

49

କନକ ବ୍ୟୁରୋ: କେବେ ସରିବ ଇନ୍ଦ୍ରାବତୀ ସେତୁ ନିର୍ମାଣ କାମ । ଯେଉଁମାନେ ଇନ୍ଦ୍ରାବତୀ ଜଳ ଭଣ୍ଡାର ପାଇଁ ନିଜ ଭିଟା ମାଟି, ଘରଦ୍ବାର, ସୁନାର ଫସଲ ଦେଉଥିବା କ୍ଷେତ ଛାଡି ଦେଲେ ସେମାନଙ୍କର ବିକାଶ ଆଜି ପର୍ୟ୍ୟନ୍ତ ହୋଇପାରିଲା ନାହିଁ । ଇନ୍ଦ୍ରାବତୀ ଜଳଭଣ୍ଡାର ନିର୍ମାଣ ହୋଇ ଦୁଇ ଦଶନ୍ଦି ବିତି ଯାଇଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ ନିଜ ଭିଟା ମାଟି ଛାଡିଥିବା ଲୋକଙ୍କ ଗମନା ଗମନ ପାଇଁ ବ୍ରିଜ ଟିଏ ମଧ୍ୟ ନିର୍ମାଣ ହୋଇ ପରିଲା ନାହିଁ । ଯାହା ଫଳରେ ଆଜିବି ଲୋକମାନଙ୍କୁ ଡଙ୍ଗା ସାହାଯ୍ୟରେ ନଦୀ ପାର ହେବାକୁ ପଡୁଛି ।

କଳାହାଣ୍ଡି ଥୁଆମୂଳ-ରାମପୁର ବ୍ଲକର ଭୌଗଳିକ ପରିସୀମା ମଧ୍ୟରେ କରାଯାଇଥିବା ଇନ୍ଦ୍ରାବତୀ ଜଳଭଣ୍ଡାର ପାଇଁ ପରିଚୟ ହରାଇଲା ଗାଁ । ଗୋପୀନାଥପୁର, ଅଡ୍ରି, ପାଡେପଦର, ମାଳିଗାଁ, ଘୁଟ୍ରୁଖାଲ ପଂଚାୟତର ୨୪ଟି ଗାଁ ମରିଗଲା । ୬ ହଜାର ୩୩୩ ପରିବାରକୁ ବିସ୍ଥାପିତ କରି ଅନ୍ୟତ୍ର ଥଇଥାନ କରାଗଲା । ହେଲେ ଇନ୍ଦ୍ରାବତୀ ଜଳଭଣ୍ଡାର ଯୋଗୁଁ ବିସ୍ଥାପିତ ହୋଇ ଅନ୍ୟତ୍ର ରହୁଥିବା ଲୋକଙ୍କ ଗମନାଗମନ ପାଇଁ କୌଣସି ବ୍ୟବସ୍ଥା ନାହଁ । ଫଳେରେ ଆଜି ବି ଲୋକମାନେ ପାଣି ପାରି ହେବା ପାଇଁ ଡଙ୍ଗା ଉପରେ ନିର୍ଭର କରୁଛନ୍ତି ।

ଗମନାଗମନ ଭଳି ମୌଳିକ ସୁବିଧାର ବଂଚିତ ଗ୍ରାମବାସୀ । ବୁଡି ଅଂଚଳରୁ ବାହାରି ଅନ୍ୟତ୍ର ଯିବା ପାଇଁ ହେଲେ ଡଙ୍ଗା ଏକମାତ୍ର ଭରସା ଏଠାରେ ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଭଳି ନିତ୍ୟାନ୍ତ ଆବଶ୍ୟକୀୟ ସବିଧା ପାଇବାରୁ ବଂଚତ ହେଉଛନ୍ତି ବିସ୍ଥାପିତ । ତେବେ ଡଙ୍ଗାରେ ଯାତାୟାତ ବେଳେ ଅଘଟଣ ଘଟି ଶତାଧିକ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ବିସ୍ଥାପିତ ୭ଟି ପଂଚାୟତର ଗମନାଗମନକୁ ବ୍ୟବସ୍ଥିତ କରିବା ଉଦେଶ୍ୟରେ କେନ୍ଦୁଗୁଡା ଘାଟରେ ଜଳଭଣ୍ଡାର ଉପରେ ସେତୁ ନିର୍ମାଣ କରାଯାଉଛି । ପ୍ରଥମେ ୨୦୧୪ରୁ ୪୬ କୋଟି ବ୍ୟୟରେ ପୋଲ ନିର୍ମାଣ ଆରମ୍ଭ ହୋଇଥିଲା । ତେବେ ବାରମ୍ବାର ଟେଣ୍ଡର ବାତିଲ ହେବାରୁ ୨୦୨୧ରେ ପୁଣି ୫୪ କୋଟି ଟଙ୍କାରେ ଟେଣ୍ଡର କରାଯାଇଥିଲା । ପୋଲ ନିର୍ମାଣକୁ ନେଇ ଠିକା ସଂସ୍ଥା ସହ ଚୁକ୍ତି ସ୍ୱାକ୍ଷର ହୋଇଥିଲା । ୨୦୨୪ ସୁଦ୍ଧା ଇନ୍ଦ୍ରାବତୀରେ ପୋଲ ନିର୍ମାଣ ସରିବାକୁ ଦିନ ଧାର୍ଯ୍ୟ କରାଯାଇଛି । ହେଲେ କିଛି ମାସ ହେଲେ ଠିକା ସଂସ୍ଥା କମ ବନ୍ଦ କରି ଦେଇଥିବାରୁ ଲୋକଙ୍କ ଆଶ ମଉଳି ଯାଉଛି ।