ସିକ୍ୟୁରିଟିଗାର୍ଡ ଭରସାରେ ଚାଲିଛି ହସ୍ପିଟାଲ । ଗାଇସିଲଟ ହସ୍ପିଟାଲରେ ଅଭାବନୀୟ ଦୃଶ୍ୟ, ଯନ୍ତ୍ରଣାରେ ଛଟପଟ ପ୍ରସୂତୀଙ୍କୁ କରିବାକୁ ପଡେ ଘଂଟା ଘଂଟା ଅପେକ୍ଷା ।

228

କନକ ବ୍ୟୁରୋ : ସାମ୍ନାକୁ ଆସୁଛି ବରଗଡ ବିଜେପୁରରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର । ଜଣେ ସିକ୍ୟୁରିଟି ଗାର୍ଡରେ ଚାଲିଛି ଗାଇସିଲଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର । ଏଠାରେ ଅଛନ୍ତି କେବଳ ଜଣେ ଆୟୁଷ ଡାକ୍ତର । ହସ୍ପିଟାଲରେ ଅଧିକାଂଶ ସମୟରେ ତାଲା ଝୁଲିଛି । ଫଳରେ ପ୍ରସବ ପାଇଁ ଆସିଥିବା ଗର୍ଭବତୀଙ୍କୁ ଆମ୍ବୁଲାନ୍ସ ଭିତରେ ଘଂଟାଘଂଟା ଅପେକ୍ଷା କରିବାକୁ ପଡୁଛି ।

ଡାକ୍ତରଖାନା ଅଛି, ରୋଗୀ ବି ଆସୁଛନ୍ତି । କିନ୍ତୁ ରୋଗୀ ସେବା ଯୋଗାଇବାକୁ ଡାକ୍ତର କି ସ୍ୱାସ୍ଥ୍ୟକର୍ମୀ ନାହାନ୍ତି, ତେଣୁ ବିଭିନ୍ନ ୱାର୍ଡରେ ତାଲା ଝୁଲୁଛି । ଆମ୍ବୁଲାନ୍ସରେ ଜଣେ ଗର୍ଭବତୀ ମହିଳା, ପ୍ରସବ ପାଇଁ ବରଗଡ ଜିଲ୍ଲା ଗାଇସିଲଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚିଛନ୍ତି, ହୁଏତ୍ ସିଏ କେବେ ଚିନ୍ତା କରିନଥିବେ, ଚିକିତ୍ସା ପାଇଁ ଏଠାରେ ତାଙ୍କୁ ଘଂଟା ଘଂଟା ଅପେକ୍ଷା କରିବାକୁ ପଡିବ । ଏଇ ଗୋଟିଏ ଘଟଣା ନୁହେଁ, ପ୍ରତିଦିନ ଏମିତି ଅନେକ ରୋଗୀ ଚିକିତ୍ସା ପାଇଁ ଆସି ଏଠାରେ ଘଂଟା ଘଂଟା ଧରି ଅପେକ୍ଷା କରନ୍ତି ।

୨୦୧୯ ନିର୍ବଚାନ ବେଳେ, ବିଜେପୁର ନିର୍ବାଚନ ମଣ୍ଡଳିରେ ଥିବା ଗାଇସିଲଟ ଡାକ୍ତରଖାନାକୁ ପିଏଚସିରୁ ସିଏଚସିକୁ ଉନ୍ନିତ କରାଯାଇଥିଲା । ସେତେବେଳେ ଡାକ୍ତର, ନର୍ସ, ଫାର୍ମାଶିଷ୍ଟ, ସୁରକ୍ଷା କର୍ମୀ ଓ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା । ହେଲେ ମାତ୍ର ବର୍ଷ ୨ଟା ପରେ ସବୁ କିଛି ବଦଳି ଯାଇଛି । ୩୦ ଗାଁର ଲୋକେ ନିର୍ଭର କରୁଥିବା ଏହି ଡାକ୍ତରଖାନାରେ ରୋଗୀ ସେଠା ସଂପୂର୍ଣ୍ଣ ଠପ୍ ହୋଇଯାଇଛି ।

ଲୋକଙ୍କୁ ସ୍ୱାସ୍ଥ୍ୟ, ଶିକ୍ଷା ଓ ବାସଗୃହ ପରି ମୌଳିକ ସୁବିଧା ଯୋଗେଇ ଦେବା ସରକାରଙ୍କ ପ୍ରମୁଖ ଦାୟିତ୍ୱ ହୋଇଥିବା ବେଳେ ଗାଇସିଲଟ ଅଂଚଳବାସୀଙ୍କୁ କେବେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି ତାହା, ଦେଖିବାର କଥା ।