ଏଣିକି ଜିଓ ସିନେମାରେ ଦେଖିପାରିବେ Disney ର ମ୍ୟାଜିକଲ ଦୁନିଆ : କେବଳ କରିବାକୁ ପଡିବ ଏହି ଗୋଟିଏ କାମ 

112

ରିଲାଏନ୍ସ ଜିଓ ର ଡିଜିଟାଲ ଆପ ଜିଓ-ସିନେମା ଏବଂ ଡିସନୀ ଇଣ୍ଡିଆ ଏବେ ମିଳିତ ଭାବରେ ସବୁ ବୟସର ଲୋକମାନଙ୍କ ପାଇଁ ଡିସନୀ, ପିକସର, ମାର୍ଭେଲ ଓ ଲୁକାଶ ଫିଲ୍ମ ଭଳି ଲୋକପ୍ରିୟ କାହାଣୀ ଓ ଚରିତ୍ର ସବୁକୁ ଜିଓ ଉପଭୋକ୍ତାମାନଙ୍କୁ ପ୍ରଦାନ କରିବେ । ପ୍ରଥମ ଥର ପାଇଁ ଜିଓ-ସିନେମା ଆପର ହୋମ ପୃଷ୍ଠାରେ ଏକ ସ୍ୱତନ୍ତ୍ର ଡିସନୀ ସେକ୍ସନ ରହିବ ଯେଉଁଥିରେ ସିନେମା, ଆନିମେସନ, ଧାରାବାହିକ ଏବଂ ସର୍ଟସ ବା କ୍ଷୁଦ୍ର ସିନେମା ଭଳି ବ୍ୟାପକ ବର୍ଗରେ ମନୋରଞ୍ଜନ କଣ୍ଟେଣ୍ଟ ଉପଲବ୍ଧ ହେବ ।

ଏହି ସହଭାଗିତା ଫଳରେ ଜିଓ ଉପଭୋକ୍ତାମାନେ ଏବେ ଡିସନୀର କ୍ଲାସିକ ଗୁଡିକଠାରୁ ଆରମ୍ଭ କରି ପିକସର ଆନିମେସନ, ମାର୍ବେଲର ସିନେମା ଏବଂ ଷ୍ଟାର ୱାରସ ଭଳି କାହାଣୀ ସମେତ ଅନ୍ତର୍ଜାତୀୟ ଓ ସ୍ଥାନୀୟ ଭାବେ ନିର୍ମିତ ଅନେକ ମନୋରଞ୍ଜନଧର୍ମୀ କଣ୍ଟେଣ୍ଟ ଏକାସାଙ୍ଗରେ ଉପଭୋଗ କରିପାରିବେ ।  ସମ୍ପୂର୍ଣ୍ଣ ପରିବାର ପାଇଁ ସବୁ ପ୍ରକାରର କଣ୍ଟେଣ୍ଟ ଉପଲବ୍ଧ ହେଉଥିବା ଏହି ଆପରେ ପିଲା ଏବଂ କିଶୋରମାନଙ୍କ ପାଇଁ ବିବିଧ ଧାରାବାହିକ ଓ ସିନେମା ସହିତ ‘ମାରଭଲ କିଡ଼ସ ଆନିମେସନ ସୋ’ ର ବିଭିନ୍ନ ଅଧ୍ୟାୟ ରହିଛି । ଏଥିସହିତ ଦର୍ଶକମାନେ ଡିସନୀ, ମାରଭଲ, ପିକସର କିମ୍ବା ଷ୍ଟାର ୱାର୍ସର ଲୋକପ୍ରିୟ ଚରିତ୍ର ମିକି ମାଉସ, କ୍ୟାପଟେନ ଆମେରିକା ଓ ମ୍ୟାକକ୍ୱିନ ଭଳି ନିଜ ପସନ୍ଦର ଯେକୌଣସି ଚରିତ୍ର ଆଧାରିତ ସମସ୍ତ ସିନେମା ଓ କଣ୍ଟେଣ୍ଟ ଏକାଠି କରି ଦେଖିପାରିବେ ।

ଜିଓ ସିନେମାରେ ଏବେ ଉପଲବ୍ଧ ହେଉଥିବା ଡିସନୀର ଲୋକପ୍ରିୟ କାହାଣୀଗୁଡ଼ିକ ମଧ୍ୟରେ ଅଛି ଜଙ୍ଗଲ ବୁକ, ଦି ଲାୟନ କିଙ୍ଗ ଏବଂ ସିଣ୍ଡ୍ରେଲା, ସ୍ନୋ ହ୍ୱାଇଟ ଓ ସେଭେନ ଡୁଆରଫ, ସ୍ଲିପିଙ୍ଗ ବିଉଟି ଇତ୍ୟାଦି । ଆନ୍ତର୍ଜାତୀୟ କଣ୍ଟେଣ୍ଟ ପସନ୍ଦ କରୁଥିବା ଦର୍ଶକଙ୍କ ପାଇଁ ଏଥିରେ ରହିଛି ହାନା ମୋନଟନା, ଡ଼ିସେଣ୍ଡଣ୍ଟସ ଭଳି ଲୋକପ୍ରିୟ ଅରିଜିନାଲ ସିନେମା ଏବଂ ଅନେକ କିଛି । ସେହିଭଳି ଷ୍ଟାର ୱାର ୟୂନିଭର୍ସର ଶ୍ରେଷ୍ଠ ସିନେମା ସମୂହ, ଆଇରନ ମ୍ୟାନ, ଥର, କ୍ୟାପଟେନ ଆମେରିକା – ଦି ଫାଷ୍ଟ ଅଭେଞ୍ଜର ଆଦି ସୁପର ହିରୋ ମାନକ କାହାଣୀର ସିନେମା ଓ ଆନିମେସନ ଧାରାବାହିକ ଏଥିରେ ଉପଲବ୍ଧ ହେଉଛି । ବିଗତ ନବେ ବର୍ଷ ମଧ୍ୟରେ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ୫୦ରୁ ଉର୍ଧ୍ଵ ସିନେମା ଜିଓ-ସିନେମାରେ ଉପଲବ୍ଧ ।