କନକ ବ୍ୟୁରୋ: ବଲାଙ୍ଗିର, ସମ୍ବଲପୁର, ରାୟଗଡା ପରେ ନକଲି ସାର୍ଟିଫିକେଟ ଧରାପଡିଛି କେନ୍ଦ୍ରାପଡାରେ । ନକଲି ସାର୍ଟିଫିକେଟ ଦେଇ ଚାକିରୀ କରୁଥିବା ୩ ଜଣ ଡାକସେବକକୁ ଚାକିରୀରୁ ବହିଷ୍କୃତ କରାଯାଇଛି । ସେମାନେ ହେଲେ

Advertisment

ପ୍ରସନ୍ନ କୁମାର ସେଠୀ- ଘର ଭଦ୍ରକ, ୨୦୨୨ ସେପ୍ଟେମ୍ବରରେ କେନ୍ଦ୍ରାପଡା ଡାକ ବିଭାଗରେ ନିଯୁକ୍ତି ପାଇଥିଲେ
ସୌମ୍ୟରଂଜନ ସେଠୀ – ଘର ଭଦ୍ରକ, ୨୦୨୨ ସେପ୍ଟେମ୍ବରରେ କେନ୍ଦ୍ରାପଡା ଡାକ ବିଭାଗରେ ନିଯୁକ୍ତି ପାଇଥିଲେ
ମାମାଶ୍ରୀ ଭାରତୀ- ଘର ଭଦ୍ରକ, ୨୦୨୧ରୁ କେନ୍ଦ୍ରାପଡା ଡାକ ବିଭାଗରେ ଡାକ ସେବକ ଭାବେ କାମ କରୁଥିଲେ

ଏହି ତିନି ଜଣ ନକଲି ସାର୍ଟିଫିକେଟ ଦେଇ ଚାକିରୀ କରୁଥିବା ଜଣାପଡିବା ପରେ କାର୍ଯ୍ୟାନୁଷ୍ଠାନ ନେଇଛି ଭଦ୍ରକ ଡାକ ବିଭାଗ । ତିନି ଜଣ କର୍ମଚାରୀଙ୍କୁ ଚାକିରୀରୁ ବହିଷ୍କୃତ କରାଯାଇଛି । ଆଉ କେନ୍ଦ୍ରାପଡା ଟାଉନ ଥାନାରେ ସମସ୍ତଙ୍କ ନାଁରେ ଏତଲା ଦିଆଯାଇଛି ।

କେନ୍ଦ୍ରାପଡା ଡାକ ବିଭାଗରେ ଜଣେ ଚାକିରୀ ଆଶାୟୀ ନକଲି ସାର୍ଟିଫିକେଟ ଦେଇଥିବା ଜଣାପଡିବା ପରେ ଆରମ୍ଭ ହୋଇଥିଲା ଖୋଳତାଡ । ଯାଞ୍ଚ ବେଳେ ତିନି ଜଣ ଉତ୍ତରପ୍ରଦେଶ ବୋର୍ଡର ସାର୍ଟିଫିକେଟ ଦେଇ ଚାକିରୀ କରୁଥିବା ଜଣାପଡିଥିଲା । ହେଲେ ସନ୍ଦେହ ବଢାଇଥିଲା ମାତୃଭାଷାରେ ଶହେରୁ ୯୫, ୯୭ ମାର୍କ ଭଳି ରଖିବା ସନ୍ଦେହ ହେବାରୁ ୟୁପି ବୋର୍ଡ ସାଇଟରେ ଯାଞ୍ଚ କରାଯାଇଥିଲା ଆଉ ଧରାପଡିଥିଲା ନକଲି ସାର୍ଟିଫିକେଟର ଅସଲି କଥା ।

କ୍ରାଇମବ୍ରାଞ୍ଚ ଏବେ ନକଲି ସାର୍ଟିଫିକେଟ ମାମଲାର ଯାଞ୍ଚ କରୁଥିବା ବେଳେ କେନ୍ଦ୍ରାପଡା ଡାକ ବିଭାଗ ଏବେ ୨୦୧୮ରୁ ଚାକିରୀ କରୁଥିବା ସମସ୍ତ କର୍ମଚାରୀଙ୍କ ସାର୍ଟିଫିକେଟ ଯାଞ୍ଚ କରୁଛନ୍ତିା