ଟୁଲକିଟ୍ ମାମଲାରେ ଗିରଫ ହୋଇଥିବା ଦିଶା ରବି ଜେଲ ଗଲେ । ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ପଟିଆଲା ହାଉସ୍ କୋର୍ଟ ଜେଲକୁ ପଠାଇ ଦିଆଯାଇଛି ।

105

କନକ ବ୍ୟୁରୋ: ଟୁଲ୍ କିଟ୍ ମାମଲାରେ ଗିରଫ ହୋଇଥିବା ଦିଶା ରବି ଜେଲକୁ ଯାଇଛନ୍ତି । ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ଜେଲକୁ ନିଆଯାଇଛି । ଆସନ୍ତା ସପ୍ତାହରେ ତାଙ୍କୁ ପୁଣି ପଚରାଉଚରା ପାଇଁ ଆବେଦନ କରିବ ପୋଲିସ । ସେ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରୁନଥିବା ନେଇ ଦିଲ୍ଲୀ ପୋଲିସ କୋର୍ଟକୁ ଜଣାଇଛି ।

ଟୁଲ କିଟ ମାମଲାରେ ଛନ୍ଦି ହୋଇଥିବା କ୍ଲାଇମେଟ ଚେଂଜ ଆକ୍ଟିଭିଷ୍ଟ ଦିଶା ରବିଙ୍କୁ ପଟିଆଲା ହାଉସ କୋର୍ଟ ଜେଲକୁ ପଠାଇ ଦେଇଛନ୍ତି । ଟୁଲ୍ କିଟ ମାମଲାରେ ପଚରା ଉଚରା ବେଳେ ଦିଶା ଉତ୍ତର ଦେବାକୁ ଅନିଚ୍ଛା ପ୍ରକାଶ କରିବା ସହ ସବୁ ଦୋଷ ସହଯୋଗୀ ଶାନ୍ତନୁ ଓ ନିକିତାଙ୍କ ଉପରେ ଲଦି ଦେଇଥିବା ପୋଲିସ କୋର୍ଟରେ କହିଛି । ତେଣୁ ଏହି ମାମଲାରେ ପୋଲିସ ନିକିତା ଓ ଶାନ୍ତନୁଙ୍କ ସାମ୍ନାରେ ଦିଶାଙ୍କୁ ବସାଇ ପଚରାଉଚରା କରିବାକୁ ଚାହୁଁଛି ।