ହାତରେ ୫୦୦ଟଙ୍କା ଧରି ମୁମ୍ବାଇ ଆସିଥିଲେ ଦିଶା, ପେଟ ପୋଷିବାକୁ ଏହି କାମ କରୁଥିଲେ ଟାଇଗର୍‌ଙ୍କ ପ୍ରେମିକା

Advertisment
ହାତରେ ୫୦୦ଟଙ୍କା ଧରି ମୁମ୍ବାଇ ଆସିଥିଲେ ଦିଶା, ପେଟ ପୋଷିବାକୁ ଏହି କାମ କରୁଥିଲେ ଟାଇଗର୍‌ଙ୍କ ପ୍ରେମିକା

Source:Kaumi Marg

ବଡ଼ ବଡ଼ ସୁପରଷ୍ଟାରମାନଙ୍କୁ ପଛରେ ପକାଇବାରେ ସମର୍ଥ ହୋଇଥିବା ବଲିଉଡ୍ ଅଭିନେତା ଟାଇଗର୍ ଶ୍ରଫ୍ କେବଳ ନିଜର ଦକ୍ଷତା ପାଇଁ ନୁହେଁ, ଅଧିକାଂଶ ସମୟ ପ୍ରେମିକା ଦିଶାଙ୍କ ପାଇଁ ବି ଚର୍ଚ୍ଚାରେ ରହିଥାନ୍ତି । ଧୋନିଙ୍କ ଜୀବନ କାହାଣୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ଏମ୍ ଏସ୍ ଧୋନୀ: ଦ ଅନଟୋଲ୍ଡ ଷ୍ଟୋରି’ରେ ମାତ୍ର କିଛି କ୍ଷଣ ପାଇଁ ଧୋନିଙ୍କ ପ୍ରଥମପ୍ରେମ ଭାବେ ନଜର ଆସି ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ଘର କରି ପାରିଥିଲେ ଦିଶା ପଟାନୀ । ନିକଟ ଅତୀତରେ ରିଲିଜ୍ ହୋଇଥିବା ଟାଇଗର୍ ଏବଂ ଦିଶାଙ୍କ ଅଭିନୀତ ଚଳଚ୍ଚିତ୍ର ‘ବାଗି-୨’ଅଭୂତପୂର୍ବ ସଫଳତା ସାଉଁଟିବାରେ ଲାଗିଛି ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, କୋଟି କୋଟି ଦର୍ଶକଙ୍କ ମନରେ ରାଜ କରୁଥିବା ନାୟିକା ଦିଶା ମାତ୍ର ୫୦୦ ଟଙ୍କା ହାତରେ ଧରି ମୁମ୍ବାଇ ଆସିଥିଲେ। ନିଜକୁ ଅଭିନେତ୍ରୀ କରି ଗଢ଼ି ତୋଳିବା ପାଇଁ ତାଙ୍କୁ ସହିବାକୁ ପଡ଼ିଛି ବହୁ ଦୁଃଖକଷ୍ଟ ।

ସେ ତାଙ୍କର ନାୟିକା ହେବାର ସ୍ୱପ୍ନ ପୂରା କରିବା ପାଇଁ ପାଠ ପଢ଼ା ଅଧାରୁ ଛାଡ଼ି ଦେଇଥିଲେ ବୋଲି ନିକଟରେ ଏକ ସାକ୍ଷାତକାରରେ କହିଥିଲେ। ସେ ନିଜ ଖର୍ଚ୍ଚ ପାଇଁ ପରିବାର ଉପରେ ବୋଝ ନ ହୋଇ ଛୋଟ ମୋଟ କାମ କରୁଥିଲେ। ଦିନେ ଟିଭି ପରଦାରେ ନ ଆସି ପରଦା ପଛର ଛୋଟମୋଟ କାମ କରି ଟଙ୍କା କମାଉଥିଲେ ଦିଶା ପଟାନୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe