ସୀମା ବିବାଦର ପୂର୍ଣ୍ଣଚ୍ଛେଦରେ ପୁଣି ଲାଗିଲା ବ୍ରେକ । ସୀମା ନିର୍ଦ୍ଧାରଣ ଚୁକ୍ତିନାମାରୁ ଓହରିଗଲା ଆନ୍ଧ୍ର

କୋରାପୁଟ ଜିଲ୍ଲାର ସମ୍ବାଇ ପଂଚାୟତ ସୀମାନ୍ତକୁ ନେଇ ଆନ୍ଧ୍ର ଓଡ଼ିଶା ମଧ୍ୟରେ ବହୁ ଦିନରୁ ଲାଗି ରହିଛି ବିବାଦ

57

କନକ ବ୍ୟୁରୋ: ଦୀର୍ଘ ଦିନ ଧରି ଲାଗି ରହିଥିବା ସୀମା ବିବାଦର ପୂର୍ଣ୍ଣଛେଦରେ ପୁଣି ଲାଗିଲା ବ୍ରେକ ।  ସୀମା ନିର୍ଦ୍ଧାରଣ ଚୁକ୍ତିନାମାରୁ ଓହରିଗଲା ଆନ୍ଧ୍ର । କୋରାପୁଟ ଜିଲ୍ଲାର ସମ୍ବାଇ ପଂଚାୟତ ସୀମାନ୍ତକୁ ନେଇ ଆନ୍ଧ୍ର ଓଡ଼ିଶା ମଧ୍ୟରେ ବହୁ ଦିନରୁ ଲାଗି ରହିଛି ବିବାଦ । ଆଉ ଏହାର ସମାଧାନ ପାଇଁ ୩ ତାରିଖରେ ଉଭୟ ରାଜ୍ୟର ସ୍ଥାନୀୟ ଅଂଚଳର ଅଧିକାରୀ ସମ୍ବାଇରେ ବୈଠକ କରି ସମାଧାନର ବାଟ ଖୋଜିଥିଲେ ।

ମାଡ଼୍ରାସ ପ୍ରେସଡ଼େନ୍ସି ଶାସନ କାଳର ନକ୍ସା ଅନୁସାରେ ୧୯୬୩ ମସିହାରେ ସେଟେଲମେଂଟ ଦ୍ୱାରା ପ୍ରସ୍ତୁତ ହୋଇଥିବା ନକ୍ସାକୁ ଉଭୟ ରାଜ୍ୟ ମାନିଥିଲେ । ସେହି ଆଧାରରେ ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ମାଡ଼୍ରାସ ପ୍ରେସିଡ଼େନସି ଶାସନ କାଳର ପଥର ଚିହ୍ନକୁ ନେଇ ଉଭୟ ରାଜ୍ୟର ଅଧିକାରୀ ଏହି ବୈଠକରେ ସାମିଲ ହେବା ସହ ସୀମା ଚିହ୍ନଟର ପାହାଡ଼ ଚଢ଼ି ୩ ପଥରରେ ଦେଇଥିଲେ ଚିହ୍ନ । ୪ର୍ଥ ପଥର ପାଖକୁ ଯିବା ପୂର୍ବରୁ ଚୁକ୍ତିରୁ ଓହରିଲା ଆନ୍ଧ୍ର ।  ଓଡ଼ିଶା ଜମିକୁ ନିଜର କରି କହୁଥିବା ଆନ୍ଧ୍ର ଧରାପଡ଼ି ଯାଇଥିଲା ।  ଶେଷରେ ପୁଣି ଏକ ବୈଠକ କରି ସମାଧାନ କରିବା ପାଇଁ ଯୁକ୍ତି ରଖିଥିଲା ଆନ୍ଧ୍ର ।