ଆବାସ ଯୋଜନାରେ ହିତାଧିକାରୀ ତାଲିକାକୁ ନେଇ ବଢୁଛି ଅସନ୍ତୋଷ । ଗେଟ ଭିଚରେ ବିଡିଓଙ୍କୁ ତାଲା ପକାଇଦେଲେ ଅସନ୍ତୁଷ୍ଟ ଲୋକେ

Advertisment
ଆବାସ ଯୋଜନାରେ ହିତାଧିକାରୀ ତାଲିକାକୁ ନେଇ ବଢୁଛି ଅସନ୍ତୋଷ । ଗେଟ ଭିଚରେ ବିଡିଓଙ୍କୁ ତାଲା ପକାଇଦେଲେ ଅସନ୍ତୁଷ୍ଟ ଲୋକେ

କନକ ବ୍ୟୁରୋ : ଆବାସ ଯୋଜନାରେ ଘର ନମିଳିବା ପରେ ତେଜୁଛି ଅସନ୍ତୋଷ । ବାହାନଗା ବିଡ଼ିଓ ଗୌରାଙ୍ଗ ଚରଣ ଘୋଷଙ୍କୁ ଗେଟରେ ତାଲା ପକାଇ ଦୁଇ ଘଂଟା ଅଟକ ରଖିଲେ ଗ୍ରାମବାସୀ । ପରେ ପୋଲିସ ଆସି ବିଡିଓଙ୍କୁ ଉଦ୍ଧାର କରିଛି ।

ପଞ୍ଚାୟତ ଅଫିସରେ ପ୍ରକାଶ ପାଇଛି ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା । ଏହି ତାଲିକାରେ କିନ୍ତୁ ନା ନଥିବା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ ବାହାନଗା ବ୍ଲକର କିଛି ବ୍ୟକ୍ତି । ଏହାପରେ ବିଡିଓଙ୍କ ନିକଟକୁ ଅଭିଯୋଗ କରିବାକୁ ଆସିଥିଲେ । ବାହାନଗା ବ୍ଲକର ପଥରପେଣ୍ଠ ପଂଚାୟତ ତାହାରପୁର ଗ୍ରାମର ଲୋକେ ଘର ପାଇବାକୁ ଯୋଗ୍ୟ ବୋଲି ଦାବି କରି ବିଡିଓଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ହେଲେ ବିଡିଓ ପ୍ରଶ୍ନର ଉତର ଦେବା ପରିବର୍ତେ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହାପରେ ବିଡିଓଙ୍କୁ ଗେଟରେ ତାଲା ପକାଇ ଦେଇଥିଲେ ଅସନ୍ତୁଷ୍ଟ ବ୍ୟକ୍ତି । ଦଳୀୟ ଭିତିରେ ଘର ବଣ୍ଟାଯାଇଥିବା ଲୋକମାନେ ଅଭିଯୋଗ କରି ଧାରଣାରେ ବସିଥିଲେ । ଏହାପରେ ସୋର ପୋଲିସ ପହଞ୍ଚି ବିଡ଼ିଓଙ୍କୁ ଉଦ୍ଧାର କରିବା ସହ ଲୋକଙ୍କୁ ବୁଝାସୁଝା କରିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe