ଗଞ୍ଜାମ ଜିଲ୍ଲାର ଶରଧାପୁରରେ ଅଜଣା ରୋଗ ଆତଙ୍କ : ପିଲାରୁ ବୟସ୍କ ୫ ଶହରୁ ଉଦ୍ଧ୍ୱର୍ ଆକ୍ରାନ୍ତ ହେବା ପରେ ପହଂଚିଲା ସ୍ୱାସ୍ଥ୍ୟ ବିଭାଗ ଟିମ୍ ।

ଗଞ୍ଜାମ ଜିଲ୍ଲାର ଶରଧାପୁରରେ ଅଜଣା ରୋଗ ଆତଙ୍କ : ପିଲାରୁ ବୟସ୍କ ୫ ଶହରୁ ଉଦ୍ଧ୍ୱର୍ ଆକ୍ରାନ୍ତ ହେବା ପରେ ପହଂଚିଲା ସ୍ୱାସ୍ଥ୍ୟ ବିଭାଗ ଟିମ୍ ।

ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଅଧୀନ ଶରଧାପୁର ଗ୍ରାମରେ ଦେଖାଦେଇଛି ଅଜଣା ରୋଗର ଆତଙ୍କ। ଶତାଧିକ ମହିଳା, ପୁରୁଷ, ବରିଷ୍ଠ ନାଗରିକ ଓ ଶିଶୁ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ପ୍ରଥମେ ଶରୀରର ଗଣ୍ଠି ଫୁଲିବା ସହ ଯନ୍ତ୍ରଣା ଆରମ୍ଭ ହେଉଛି। ଆଉ ମୁଣ୍ଡ ବୁଲାଉଛି। ଜ୍ବର କମିବା ନାଁ ନେଉନି। ଏହି ଘଟଣା ସାମ୍ନାକୁ ଆସିବା ପରେ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଏକ ଟିମ୍ ସ୍ଥିତି ଦୁଇ ଦିନ ହେଲା ସ୍ଥିତି ଅନୁଧ୍ୟାନ କରୁଛନ୍ତି। ରକ୍ତ ନମୁନା ସଂଗ୍ରହ ସାଙ୍ଗକୁ ଔଷଧ ଓ ସାଲାଇନ୍ ଦିଆଯାଉଛି। କିଛି ରୋଗୀ ଧରାକୋଟ ସ୍ବାସ୍ଥ୍ୟକେନ୍ଦ୍ର, ଆସିକା ଉପଖଣ୍ଡ ଡାକ୍ତରଖାନା ଓ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିବା ଜଣାପଡ଼ିଛି। ତେବେ ରୋଗ କମିବା ପରିବର୍ତ୍ତେ ଘରକୁ ଘର ବ୍ୟାପିବାରେ ଲାଗିଛି। ଯାହା କି ସ୍ବାସ୍ଥ୍ୟବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି। ଗ୍ରାମର ରୋହିତ ପ୍ରଧାନଙ୍କ ପରିବାରର ୭ ଜଣ, ସନ୍ତୋଷ ଗୌଡ଼ଙ୍କ ୨ ଜଣ, ଗଣେଶ ଗୌଡ଼ଙ୍କ ୩ ଜଣ, ରଞ୍ଜନ ପ୍ରଧାନଙ୍କ ପରିବାରର ୩ ଜଣ ସଦସ୍ୟ ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି।publive-image

ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା.ବ୍ରଜରାଜ କର କହିଛନ୍ତି, ଗ୍ରାମବାସୀଙ୍କଠାରେ ଚିକେନ୍ଗୁନିଆର ଲକ୍ଷଣ ଦେଖାଦେଇଛି। ସ୍ବାସ୍ଥ୍ୟଟିମ୍କୁ ପଠାଯାଇ ଚିକିତ୍ସା ଜାରି ରହିଛି। ଆସନ୍ତାକାଲି ଆଉ ଏକ ଡାକ୍ତରୀ ଟିମ୍ ଗ୍ରାମକୁ ଯିବେ। ତେବେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଅନ୍ୟପକ୍ଷରେ ଗ୍ରାମକୁ ଯୋଗାଣ ହେଉଥିବା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ପାଣି ବିଶୋଧନ ହେଉ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦୁଇଟି ନଳକୂପରୁ ପାଣି ପିଇବା ଉପଯୋଗୀ ହୋଇଥିଲେ ହେଁ, ଏଥିରେ ଭିଡ଼ ହେଉଥିବାରୁ ଗ୍ରାମବାସୀ ପୋଖରୀ ଓ କେନାଲରୁ ପାଣି ସଂଗ୍ରହ କରୁଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe