ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ନୂଆ ବହିଙ୍କୁ ନେଇ ଚର୍ଚ୍ଚା : ବିଶ୍ୱର ବିଭିନ୍ନ ନେତାଙ୍କ ସମ୍ପର୍କରେ କରିଛନ୍ତି ଉଲ୍ଲେଖ

ରାହୁଲ ଗାନ୍ଧୀଙ୍କୁ ଦର୍ଶାଇଲେ ଜଣେ ନର୍ଭସ ଓ ଅପରିପକ୍ୱ ନେତା

1,759

କନକ ବ୍ୟୁରୋ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ନୂଆ ବହି “ଏ ପ୍ରୋମିସଡ୍ ଲ୍ୟାଣ୍ଡ” ଏବେ ଚର୍ଚ୍ଚାରେ । ଏହି ବହିରେ ବିଶ୍ୱର ବିଭିନ୍ନ ରାଜନୈିତିକ  ନେତାଙ୍କ ସମ୍ପର୍କରେ ମନ୍ତବ୍ୟ ଦେଇଛନ୍ତି ।  ଏହି ନେତାଙ୍କ ମଧ୍ୟରେ ରହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ଏଥିରେ ସେ ରାହୁଲଙ୍କ ଯୋଗ୍ୟତା ଉପରେ ପ୍ରଶ୍ନ ଉଠାଇଛନ୍ତି । ଓବାମା ଲେଖିଛନ୍ତି—ରାହୁଲ ହେଉଛନ୍ତି ଜଣେ ନର୍ଭସ ଓ ଅପରିପକ୍ୱ ନେତା ।

ଯେଭଳି ନିଜର ଯୋଗ୍ୟତା ନ ଥାଇ ଜଣେ ଛାତ୍ର ନିଜ ପାଠ୍ୟକ୍ରମ ପୁରା କରିବାକୁ ଶିକ୍ଷକଙ୍କ ଉପରେ ଚାପ ପକାଇଥାନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଜିତିଥିବା ଜନ ବାଇଡେନଙ୍କ ସମ୍ପର୍କରେ ବି ନିଜ ପୁସ୍ତକରେ ମତ ରଖିଛନ୍ତି ବାରାକ ଓବାମା ।  ମନମୋହନଙ୍କ ସମ୍ପର୍କରେ ଓବାମା ଲେଖିଛନ୍ତି, ସେ ହେଉଛନ୍ତି ଜଣେ ନିଷ୍ଠାପର ବ୍ୟକ୍ତି ।