ଦୀପାବଳି ପରେ ଖୋଲିବ ସ୍କୁଲ ! ଏନେଇ ରାଜ୍ୟ ସରକାରଙ୍କ ବିଚାର ବିମର୍ଷ ଜାରି ; ଖୁବଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇପାରେ ବିଜ୍ଞପ୍ତି

5,315

କନକ ବ୍ୟୁରୋ : ଦୀପାବଳି ପରେ ଖୋଲିବ ସ୍କୁଲ । ଏନେଇ ରାଜ୍ୟ ସରକାର ବିଚାର ବିମର୍ଷ ଜାରି ରଖିଛନ୍ତି । ଏଥିପାଇଁ ଅଭିଭାବକ , ସ୍କୁଲ କର୍ତୁପକ୍ଷ ଓ ଶିକ୍ଷାବିତଙ୍କ ସହ ଆଲୋଚନା କରାଯାଇ ବ୍ଲୁପ୍ରିଂଟ ପ୍ରସ୍ତୁତ କରାଯାଉଛି । ଖୁବଶୀଘ୍ର ଏନେଇ ରାଜ୍ୟ ସରକାର ବିଧିବଦ୍ଧ ଭାବେ ତାରିଖ ଘୋଷଣା କରିବେ ବୋଲି ସୂଚନା ମିଳିଛି । ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସରୁ ସ୍କୁଲ ବନ୍ଦ ରହିଛି ।

ପୂର୍ବରୁ ଦୁର୍ଗାପୂଜା ପରେ ସ୍କୁଲ ଖୋଲିବ ବୋଲି କୁହାଯାଉଥିଲା । ହେଲେ କରୋନା ସଂକ୍ରମଣ କମ୍ ହୋଇନଥିବାରୁ ସ୍କୁଲ ଖୋଲି ନାହିଁ । ତେବେ ଛାତ୍ରଛାତ୍ରୀଙ୍କୁ ଅନଲାଇନରେ ପାଠ ପଢ଼ା ଯାଉଛି । କିନ୍ତୁ ଅଧିକାଂଶ ଛାତ୍ରଛାତ୍ରୀଙ୍କ ପାଖରେ ମୋବାଇଲ ନଥିବାରୁ ଏଥିରୁ ସମସ୍ତେ ଉପକୃତ ହୋଇପାରୁନାହାଁନ୍ତି ।