ହାଇଦରକୁ ଗିରଫ କରିବାରେ ପ୍ରକୃତ ହିରୋ ହେଉଛନ୍ତି ଇନ୍ସପେକ୍ଟର ରଶ୍ମିରଞ୍ଜନ ମହାପାତ୍ର : କେମିତି ଧରିଥିଲେ ଗ୍ୟାଙ୍ଗଷ୍ଟରକୁ କହିଲେ ଇନ୍ସପେକ୍ଟର

712

କନକ ବ୍ୟୁରୋ : ତେଲେଙ୍ଗାନାରେ ହାଇଦରକୁ କାବୁ କରିବାକୁ କଟକରୁ ଯାଇଥିଲେ ୨ଟି ଟିମ୍ । ହାଇଦରକୁ କାବୁ କରିଥିବା ଟିମରେ ଥିଲେ ବାଦାମବାଡି ଥାନାର ଆଇଆଇସି ରଶ୍ମୀରଂଜନ ମହାପାତ୍ର । ଜାହିରାବାଦରେ ଜଣେ ଅଣଓଡ଼ିଆ ସହଯୋଗୀ ସହ ହାଇଦର ବାଇକରେ ଯାଉଥିବା ବେଳେ ତାକୁ କାବୁ କରିଥିଲେ କଟକରୁ ଯାଇଥିବା ଟିମ୍ । ଗ୍ୟାଙ୍ଗଷ୍ଟର ହାଇଦରକୁ କାବୁ କରିଥିବା ଟିମରେ ଥିବା ବାଦାମବାଡି ଥାନାର ଆଇଆଇସି ରଶ୍ମୀରଂଜନ ମହାପାତ୍ର, ପୁରା କାହାଣୀ କହିଛନ୍ତି ।

ସେପଟେ, କେମିତି ସେ କଟକ ଏସସିବି ମେଡିକାଲରୁ ଫେରାର ହୋଇଗଲା ଓ ଏଥିରେ ତାକୁ କେଉଁମାନେ ସହଯୋଗ କରିଥିଲେ ତାର ଖୋଳତାଡ କରିବ କମିଶନରେଟ ପୋଲିସ । ହାଇଦର ଲିଙ୍କରେ ଥିବା ୮ଜଣଙ୍କୁ ପଚରାଉଚରା କରାଯାଉଛି । ୮ ଜଣଙ୍କ ମଧ୍ୟରେ ୩ ଜଣ ମହିଳା ସହଯୋଗୀ ରହିଥିବା ସୂଚନା ।