ବୃଦ୍ଧିପାଇବ ହୀରାକୁଦ ଜଳଭଣ୍ଡାରର ଜଳସ୍ତର : ଭାରତୀୟ ପାଣିପାଗ ବିଭାଗର ସୂଚନା

215

କନକ ବ୍ୟୁରୋ : ବଙ୍ଗୋପଗାସରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ଜିଲ୍ଲା ବର୍ଷା ଲାଗିରହିଛି । ଆଗାମୀ ୨୪ ଘଂଟା ପର୍ଯ୍ୟନ୍ତ ରାଜ୍ୟରେ ଅନେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଜଂୟ ମହାପାତ୍ର କହିଛନ୍ତି । ତେବେ ଉପକୂଳ ଓଡ଼ିଶାରେ ଯେଉଁ ପରିମାଣରେ ବର୍ଷା ହେଉଥିଲା ତାହା କ୍ରମଶଃ କମିବା ସହ ଏହା ଆଭ୍ୟନ୍ତରିଣ ଓଡ଼ିଶା ଆଡକୁ ସ୍ଥାନାନ୍ତର ହେଉଛି ।

ଏହାର ପ୍ରଭାବରେ ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ସୋନପୁର ଓ ବରଗଡ଼ ଜିଲ୍ଲାରେ ପ୍ରବଳରୁ ଅତି ବର୍ଷା ହେବାର ସମ୍ଭବାନା ରହିଛି । ତେବେ ମହାନଦୀର ତଳ ଭାଗରେ ଅଧିକ ବର୍ଷା ଜାରି ରହିବ । ମହାନଦୀର ଉପର ମୁଣ୍ଡ ଯାହା ଛତିଶଗଡ଼ରେ ରହିଛି । ଆଜି ଏବଂ ଆସନ୍ତାକାଲି ମହାନଦୀର ଉପର ମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଫଳରେ ମହାନଦୀର ଉପର ମୁଣ୍ଡରେ ଜଳସ୍ତର ନିଶ୍ଚିନ୍ତ ଭାବେ ବୃଦ୍ଧି ପାଇବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।