କ୍ଷେପଣାସ୍ତ୍ର ଘାଟୀରୁ ତଥ୍ୟ ଚୋରି ଘଟଣା । ଜାଣନ୍ତୁ କ’ଣ କହିଲେ, କର୍ଣ୍ଣେଲ ବି. କେ ବସ୍ତିଆ

କହିଲେ, ଭାରତର ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ପ୍ରତିଷ୍ଠାନରୁ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରୁଛି ପାକିସ୍ତାନୀ ଗୁପ୍ତଚର ସଂସ୍ଥା ଆଇଏସଆଇ; ଏଥିପାଇଁ ଖର୍ଚ୍ଚ କରୁଛନ୍ତି ପ୍ରବଳ ଟଙ୍କା

116

ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ତଥ୍ୟ ଲିକ ଘଟଣାରେ ସାମ୍ନାକୁ ଆସୁଛି ଆହୁରି ସାଂଘାତିକ ତଥ୍ୟ । ସୂଚନା ଅନୁସାରେ, ତଥ୍ୟ ଲିକ ନେଇ ଗିରଫ ୪ ଅଭିଯୁକ୍ତ କ୍ଷେପଣାସ୍ତ୍ର ଘାଟିର କ୍ୟାମ୍ପସ ଭିତରେ ଥିବା ବ୍ୟାଙ୍କରୁ ବିଦେଶୀ ମୁଦ୍ରା କାରବାର କରିଛନ୍ତି । ଗିରଫ ୪ ଜଣକ ମଧ୍ୟରୁ ପାକ ମହିଳାଙ୍କ ସହ ବସନ୍ତ ବେହେରାର ଅଧିକ ସମ୍ପର୍କ ଥିଲା । ମହିଳାଙ୍କ ସହ ହ୍ୱାଟ୍ସଅପ ଭିଡିଓରେ ଭିଡିଓ କଲିଂ ଓ ଚାଟ କରୁଥିଲା ବସନ୍ତ । ଏପିରିକି ଅଶ୍ଲୀଳ ଭିଡିଓ ଚାଟ ବି ହୋଇଥିବା ସାଂଘାତିକ ସତ ସାମ୍ନାକୁ ଆସୁଛି । ବସନ୍ତ ମାଧ୍ୟମରେ ଅନ୍ୟ ଅଭିଯୁକ୍ତଙ୍କ ସହ ମହିଳାଙ୍କ ସମ୍ପର୍କ ଯୋଡି ହୋଇଥିଲା । ଏପରିକି ମହିଳା ଜଣକ ଚାନ୍ଦିପୁର ଆସିବାକୁ ଚାହୁଁଥିବା ବି ଜଣାଯାଇଛି ।

ସୂଚନା ଅନୁସାରେ, ହନି ଟ୍ରାପ ଜରିଆରେ ହେଉଥିଲା ତଥ୍ୟ ଲିକ୍ । ପାକିସ୍ତାନର ଜଣେ ମହିଳାଙ୍କ ସହ ଗିରଫ ଠିକା କର୍ମଚାରୀ ଯୋଗାଯୋଗରେ ଥିଲେ । କଲ ରେକର୍ଡରେ ମହିଳାଙ୍କ ସ୍ୱର ଥିବା ସୂଚନା ମିଳିଛି । ମହିଳାଙ୍କ ସହ ସମସ୍ତ ଅଭିଯୁକ୍ତଙ୍କ ସମ୍ପର୍କ ହୋଇଥିଲା । ଜଣକ ପରେ ଜଣେ ଏହି ମହିଳାଙ୍କ ସମ୍ପର୍କରେ ଆସିଥିଲେ । ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରୁ ପ୍ରତ୍ୟେକ ଦିନର କାର୍ଯ୍ୟର ତଥ୍ୟ ପାଇବା ଲାଗି ବିଭିନ୍ନ ବାହାନାରେ ଟଙ୍କା ପଠାଉଥିବା ସୂଚନା ମିଳିଛି । ଅଭିଯୁକ୍ତମାନେ ପାକିସ୍ତାନୀ ମହିଳାଙ୍କ ସହ ନିୟମିତ ଯୋଗାଯୋଗରେ ଥିଲେ । ଅନ୍ତର୍ଜାତିକ କଲ ମାଧ୍ୟମରେ ତଥ୍ୟ ଆଦାନ ପ୍ରଦାନ ହେଉଥିଲା । ଯୁବତୀଙ୍କ ସହ ଟଙ୍କା ବଢାଇବା ଆଶାରେ ହନିଟ୍ରାପରେ ଫସିଯାଇଥିଲେ ଏହି ୪ ଠିକା କର୍ମଚାରୀ ।