କନକ ବ୍ୟୁରୋ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ରାଙ୍ଗାପାରୁ ଆବାସିକ ଉଚ୍ଚବିଦ୍ୟାଳୟରେ ସପ୍ତମ ଶ୍ରେଣୀ ନାବାଳିକା ଛାତ୍ରୀ ଗର୍ଭବତୀ ହେବା ଓ ମୃତ ପୁତ୍ର ସନ୍ତାନ ପ୍ରସବର ୨୪ ଘଣ୍ଟା ଭିତରେ ମୃତ୍ୟୁ ପରେ ସୁରକ୍ଷା ଓ ପ୍ରଶାସନ ଉପରେ ଅଙ୍ଗୁଳି ଉଠାଇଛନ୍ତି ବିଜେପି ଓ କଂଗ୍ରେସ । ରବିବାର ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେପିର ମହିଳା ମୋର୍ଚ୍ଚା ବାଲିଗୁଡ଼ା ଗସ୍ତ କରିଛନ୍ତି । ବିଜେପି ମହିଳା ମୋର୍ଚ୍ଚା ପରିବାର ମୃତ ନାବାଳିକା ଛାତ୍ରୀଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ସେପ୍ଟେମ୍ବର ୨୩ ତାରିଖରେ ବେଲଘର ଥାନାରେ ଏନେଇ ମାମଲା ରୁଜୁ ହୋଇଥିଲା ।
ଏହି ଘଟଣାରେ ଦଶମ ଶ୍ରେଣୀ ଛାତ୍ରକୁ ଗିରଫ କରାଯାଇ ବାଳସୁଧାର ଗୃହରେ ରଖାଯାଇଥିଲ । ଗର୍ଭବତୀ ଛାତ୍ରୀକୁ ଘୁ. ଉଦୟଗିରିର ଏକ ସେବା ସଦନରେ ରଖାଯାଇଥିଲା । ଛାତ୍ରୀ ଜଣକ ନିର୍ଦ୍ଧାରିତ ସମୟ ପୂର୍ବରୁ ଏକ ମୃତଶିଶୁ ଜନ୍ମ ଦେଇଥିଲା । ଆଉ ଏହାର ୨୪ ଘଣ୍ଟା ନପୁରୁଣୁ ଛାତ୍ରୀର ମୃତ୍ୟୁ ହୋଇଥିଲା । ଘଟଣାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସୁପରିଟିନଟେଣ୍ଡେଣ୍ଟକୁ ଜିଲ୍ଲାପାଳ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2022/10/45-1.jpg)