କନକ ବ୍ୟୁରୋ: ଚର୍ଚ୍ଚାରେ ଅଭିନେତା ତଥା କଟକ ବିଜେଡିର ସାଧାରଣ ସଂପାଦକ ଅରିନ୍ଦମ ରାୟ । ନେତାଜୀ ସୁଭାଷ ବୋଷ ଜୟନ୍ତୀ ଅବସରରେ ଆୟୋଜିତ ବିଜେଡି କାର୍ଯ୍ୟକ୍ରମରେ ଅରିନ୍ଦମ ରାୟ ସାମିଲ ହେଲେ ନାହିଁ । ଯାହାକୁ ନେଇ ଏବେ କଟକ ରାଜନୀତିରେ ସରଗରମ ଚର୍ଚ୍ଚା ବଢିଛି । କଟକରେ ତୁଳସୀ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ରାଲିରେ ଯୋଗ ଦେଇଥିଲେ ଅରିନ୍ଦମ । ଏନେଇ ତାଙ୍କ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବାରୁ କହିଛନ୍ତି, ତାଙ୍କୁ ବିଜେଡିର କାର୍ଯ୍ୟକ୍ରମକୁ ଡକା ଯାଇନାହିଁ । ଡାକିଥିଲେ ନିଶ୍ଚୟ ଯାଇଥାନ୍ତେ । କଟକରେ ଛାତ୍ର ବିଜେଡି ଓ ଯୁବ ବିଜେଡି ପକ୍ଷରୁ ଶୋଭାଯାତ୍ରା କରାଯାଇଛି । ଯେହେତୁ ସେ ଯୁବ ବିଜେଡି କିମ୍ବା ଛାତ୍ର ବିଜେଡିରେ ନାହାନ୍ତି, ତେଣୁ ଶୋଭାଯାତ୍ରାକୁ ଯାଇ ନାହାନ୍ତି । ସେହିପରି କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ସହ ସାକ୍ଷାତକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଅରିନ୍ଦମ ରାୟ । କହିଛନ୍ତି ସେ ବିଜେଡିରେ ଅଛନ୍ତି ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us