କନକ ବ୍ୟୁରୋ : ଲକ୍ଷ୍ୟ ଠାରୁ ଦୂରେଇ ଯାଇଛି ମିଶନ ଶକ୍ତି କାର୍ଯ୍ୟକ୍ରମ । ମହିଳା ସଶକ୍ତିକରଣ ନାଁରେ କୋଟି କୋଟି ଟଙ୍କା ହରିଲୁଟ୍ । ଗୃହରେ ଏନେଇ ମୁଲତବୀ ପ୍ରସ୍ତାବ ଆସିଥିବା ବେଳେ ଏହାର ଜବାବ ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ । ବାସନ୍ତୀ କହିଛନ୍ତି, ୨୦୦୧ରେ ଆରମ୍ଭ ହୋଇଛି ମିଶନ ଶକ୍ତି। ମହିଳା ସଶକ୍ତିକରଣ ସରକାରଙ୍କ ଲକ୍ଷ୍ୟ । ସରକାରଙ୍କ ବିଭିନ୍ନ ବିଭାଗରେ ୧ ଲକ୍ଷ SHG କାର୍ଯ୍ୟ କରୁଛନ୍ତି। ଚଳିତବର୍ଷ ୯ ହଜାର ୫୦୦ କୋଟି ଟଙ୍କା ଋଣ ଦିଆଯାଇଛି। ୩ ଲକ୍ଷ SHGକୁ ୧୬୫ କୋଟି ଟଙ୍କା ଋଣ ଫେରସ୍ତ କରାଯାଇଛି। ପଞ୍ଚାୟତ, ବ୍ଲକ ସ୍ତରରେ ମିଶନ ଶକ୍ତି ଗୃହ, ମହାସଂଘ କାର୍ଯ୍ୟାଳୟ,ମିଶନ ଶକ୍ତି ଭବନ ନିର୍ମାଣ କରାଯିବ। ମିଶନ ଶକ୍ତି ବଜାର ସହ ମହିଳାଙ୍କୁ ଉଦ୍ୟୋଗୀ କରିବା ଲକ୍ଷରେ ଇଣ୍ଡଷ୍ଟ୍ରିଆଲ ପାର୍କ ପ୍ରତିଷ୍ଠା କରାଯିବ।
ତେବେ ବାସନ୍ତୀ ହେମ୍ବ୍ରମଙ୍କ ଏହି ଉତ୍ତରକୁ ନେଇ ଷ୍ଟାଣ୍ଡିଂ କମିଟି ରିପୋର୍ଟ ଆଧାରରେ ସରକାରଙ୍କ ଉପରେ ବର୍ଷିଛନ୍ତି ନରସିଂହ ମିଶ୍ର । ଯେଉଁଥିପାଇଁ ଋଣ ଦିଆଯାଉଛି ସେଥିପାଇଁ ଖର୍ଚ୍ଚ ହେଉନଥିବାରୁ ଋଣ ପରିଶୋଧ କରିପାରୁନାହାନ୍ତି। ସ୍କିମକୁ ବିରୋଧ କରାଯାଉନି । SHG ମହିଳାଙ୍କ ଅର୍ଥନୈତିକ ବିକାଶ ପାଇଁ ହୋଇଛି କିନ୍ତୁ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରାଯାଉଛି। ସରକାରୀ ପଇସାରେ ସରକାରୀ ଦଳ ରାଜନୀତି କରୁଛି। ମହିଳାଙ୍କ ବିକାଶ ପରିବର୍ତ୍ତେ ବିନାଶ ହେଉଛି। ଉଦ୍ଦେଶ୍ୟ ସାଧିତ ନ ହୋଇ ଋଣ ପରିଶୋଧ ନ ହେଲେ କ୍ଷତି ସହୁଛନ୍ତି ସରକାର । ତଦନ୍ତ ହେଲେ ସବୁ ସ୍ପଷ୍ଟ ହୋଇଯିବ। ଷ୍ଟାଣ୍ଡିଂ କମିଟି ଉପରେ ଯଦି ବିଶ୍ୱାସ ନାହିଁ ଗୃହ କମିଟି ଗଠନ କରାଯାଇ ସବୁ ଦଳର ସଦସ୍ୟଙ୍କୁ ନେଇ ସ୍ପଟ ଭିଜିଟ କରିବାକୁ ଦାବି କଲେ ନରସିଂହ।
ଅନ୍ୟପଟେ ବିରୋଧୀ ଦଳ ମୁଖ୍ୟ ସଚେତକ କହିଛନ୍ତି, ମାଛ ତେଲରେ ମାଛ ଭାଜୁଛନ୍ତି ସରକାର। ମିଶନ ଶକ୍ତି ବିଜେଡ଼ିର ପ୍ରଧାନ ଅସ୍ତ୍ର। ଯେଉଁ ଅର୍ଥ ଋଣ ଆକାରରେ ନେଉଛନ୍ତି ଗାଇଡ ଲାଇନ ଆଧାରରେ ଖର୍ଚ୍ଚ ନ କରି ସାହୁକାର ସାଜି ମହାଜନୀ କାରବାର କରୁଛନ୍ତି। ଚାଷୀଙ୍କୁ ଋଣ ଦେଉଛନ୍ତି SHG । ମହିଳାଙ୍କ ପାଇଁ କେନ୍ଦ୍ର ସରକାର କରିଛନ୍ତି ଅନେକ ଯୋଜନା। ପୋଷଣ ୨.୦ରେ ୧୨ ହଜାର ୯୨୦ କୋଟି ଟଙ୍କା ଦେଇଛନ୍ତି। ବେଟି ବଚାଓ ବେଟି ପଢ଼ାଓରେ ୩ ଶହରୁ ଉର୍ଦ୍ଧ୍ବ, ସକ୍ଷମ ଅଙ୍ଗନୱାଡି ରେ ୭୫୬ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି କେନ୍ଦ୍ର ସରକାର। NRLM, ଦିନ ଦୟାଲ ଯୋଜନାରେ ବି ଅନେକ ପଦକ୍ଷେପ ନେଇଛନ୍ତି ସରକାର।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/03/Mission-Shakti-Gruha-new.jpg)