ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ବିକାଶ ପାଇଁ ବିଶ୍ୱ ଓଡ଼ିଆ ସମୁଦାୟ ସହ ଆଲୋଚନା । ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

55

କନକ ବ୍ୟୁରୋ: ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର ବିକାଶ ପାଇଁ ବିଶ୍ୱ ଓଡ଼ିଆ ସମୁଦାୟଙ୍କ ସହ ଆଲୋଚନା । ଆଜି ସଂଧ୍ୟାରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭିଡିଓ କନ୍ଫରେନ୍ସିଂ ଜରିଆରେ ବିଶ୍ୱରେ ଥିବା ଓଡ଼ିଆ ଲୋକଙ୍କ ସହ ଆଲୋଚନା କରିଛନ୍ତି । ୩୦ରୁ ଅଧିକ ଦେଶରେ ରହୁଥିବା ଓଡ଼ିଆ ଲୋକ ଏହି ଆଲୋଚନାରେ ସାମିଲ ହୋଇଛନ୍ତି । ଶ୍ରୀଜଗନ୍ନାଥ ଧାମ, ପୁରୀର ବିକାଶ ପାଇଁ ସାମୁହିକ ଉଦ୍ୟମ ଉପରେ ଗୁରୁତ୍ୱ ଦିଆଯାଇଛି ।

କାର୍ଯ୍ୟକ୍ରମରେ ଆମେରିକା, ସ୍ୱିଡେନ, ଜାପାନ, ମିଆଁମାର, ବେଲଜିୟମ, ସ୍ପେନ ସମେତ ବିଦେଶରେ ରହୁଥିବା ଓଡିଆ ଲୋକ ଭିର୍ଚୁଆଲ ପ୍ଲାଟଫର୍ମରେ ଯୋଡି ହୋଇଛନ୍ତି । କେନିଆ, ତୁର୍କୀ, ସାଉଦିଆରବ, ନେଦରଲାଣ୍ଡ ରହୁଥିବା ଓଡିଆ ବି ଏହି ଆଲୋଚନାରେ ସାମିଲ ହୋଇଛନ୍ତି । ଏହି ଅବସରରେ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି- ଶ୍ରୀମନ୍ଦିରକୁ ନେଇ ଶ୍ରୀକ୍ଷେତ୍ର ।

ତେଣୁ ଶ୍ରୀକ୍ଷେତ୍ରର ବିକାଶ ପାଇଁ ସବୁ କ୍ଷେତ୍ରରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି- ଶ୍ରୀମନ୍ଦିର ବହୁ ପୁୁରୁଣା ମନ୍ଦିର । ତେଣୁ ମନ୍ଦିରର ସୁରକ୍ଷା ଆମ ସମସ୍ତଙ୍କ ଦାୟୀତ୍ୱ ।