ଟୋକିଓ ପାରାଅଲିମ୍ପିକ୍ସ : ଡିସକସ ଥ୍ରୋରେ ଯୋଗେଶ କଥୁନିଆ ରୌପ୍ୟ ପଦକ

69

କନକ ବ୍ୟୁରୋ : ଟୋକିଓ ପାରାଅଲିମ୍ପିକ୍ସ ଡିସକସ ଥ୍ରୋରେ ଭାରତର ଯୋଗେଶ କଥୁନିଆ ରୌପ୍ୟ ପଦକ ଜିତିଛନ୍ତି । ଡିସକସ ଥ୍ରୋ ଏଫ୍୫୬ ଫାଇନାଲର ଦ୍ୱିତୀୟ ସ୍ଥାନରେ ରହିଥିଲେ ଯୋଗେଶ । ଷଷ୍ଠ ଓ ଶେଷ ପ୍ରୟାସରେ ୪୪.୩୮ ମିଟର ଫିଙ୍ଗି ରୌପ୍ୟ ପଦକ ନିଜ ନାଁରେ କରିଥିଲେ । ତାଙ୍କର ପ୍ରଥମ, ତୃତୀୟ ଓ ଚତୁର୍ଥ ପ୍ରାୟସ ବିଫଳ ହୋଇଥିଲା । ଦ୍ୱିତୀୟ ଓ ପଂଚମ ପ୍ରୟାସରେ ୪୨.୮୪ ଓ ୪୩.୫୫ ମିଟର ଫିଙ୍ଗିଥିଲେ । ବ୍ରାଜିଲ୍ ଖେଳାଳି ୪୫.୨୫ ମିଟର ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଥିଲେ । ଯୋଗେଶଙ୍କର ଏହା ହେଉଛି ପ୍ରଥମ ପାରା ଅଲିମ୍ପିକ୍ସ ।

ପ୍ରାରମ୍ଭରୁ କଥୁରିୟା ‘ଫାଉଲ୍‌’ରୁ ଖେଳ ଆରମ୍ଭ କରିଥିଲେ। କିନ୍ତୁ, ଏହା ପରେ ସେ ୪୨.୮୪ ମିଟର୍ ଦୂରକୁ ଡିସ୍‌କସ୍‌ ଥ୍ରୋ’ କରିଥିଲେ। ଏହାପରେ ସେ ଏଥିରେ ଆହୁରି ପାରଦର୍ଶିତା ପ୍ରଦର୍ଶନ କରି ୪୩.୫୫ ମିଟର୍‌ ଦୂରକୁ ଡିସ୍‌କସ୍‌ ଥ୍ରୋ’ କଲେ । ଶେଷରେ ଚୂଡ଼ାନ୍ତ ପାଳିରେ ସେ ୪୪.୩୮ ମିଟର୍ ଦୂରକୁ ଡିସ୍‌କସ୍‌ ଫିଙ୍ଗି ରୌପ୍ୟ ପଦକ ଲାଭ କରିବା ଯୋଗ୍ୟତା ଅର୍ଜନ କରିଥିଲେ । ନୂଆଦିଲ୍ଲୀର କିରୋଡ଼ିମଲ୍‌ କଲେଜରୁ ବାଣିଜ୍ୟରେ ସ୍ନାତକ ଡିଗ୍ରି କରିଥିବା ୨୪ ବର୍ଷିୟ କଥୁରିୟା ୨୦୧୯ରେ ଦୁବାଇ ଚାମ୍ପିଅନ୍‌ସିପ୍‌ରେ ‌କାଂସ୍ୟ ପଦକ ଜିଣିଥିଲେ ।