ବାଲେଶ୍ୱରରେ ଠାବ ହେଲା ପ୍ରାଚୀନ ସହର । ୫ କିଲୋମିଟର ବ୍ୟାପି ମାଟି ତଳେ ସହର ଥିବା ଅନୁମାନ, ମିଳୁଛି ପ୍ରମାଣ । 

380

କନକ ବ୍ୟୁରୋ : ବୁଢ଼ାବଳଙ୍ଗ ଓ ସୋନ ନଦୀ ଅବବାହିକା ଅଂଚଳରେ ପ୍ରାଚୀନ ସହରର ସନ୍ଧାନ  ।  ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଦୁର୍ଗାଦେବୀ ଅଂଚଳରେ ପ୍ରାଚୀନ ସହର ଓ ପ୍ରାଗ ଐତିହାସିକ ସଭ୍ୟତାର ସନ୍ଧାନ ମିଳିଛି  । ଉକ୍ରଳୀୟ ନୌବାଣିଜ୍ୟ ଓ ଦକ୍ଷିଣ ପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନ ବୁଢ଼ାବଳଙ୍ଗ ଓ ସୋନ ନଦୀ ଅବବାହିକା ଅଂଚଳରେ ଏହାର ବଳିଷ୍ଠ ପ୍ରମାଣ ମିଳିଛି ।

ଆଜକୁୁ ପ୍ରାୟ ୨୫ ଶହ ବର୍ଷ ତଳେ ଦୁର୍ଗାଦେବୀ ପ୍ରାଚୀନ ସହର ବୁଢ଼ାବଳଙ୍ଗ ଓ ସୋନନଦୀ ଅବବାହିକାର ମଧ୍ୟ ଭାଗରେ ଗଢ଼ିଉଠିଥିଲା  ।  ପ୍ରାୟ ୫ କିଲୋମିଟର ପରିଧି ଭିତରେ ଏହି ସହର ରହିଥିଲା ବୋଲି ଗବେଷଣାରୁ ଜଣାପଡ଼ିଛି  । କେନ୍ଦ୍ର ସରକାରଙ୍କ ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା ଠାରୁ ଉତଖନନ ପାଇଁ ସ୍ୱୀକୃତି ପରେ ୨୦୧୧ରେ ଦୁର୍ଗାଦେବୀ ଠାରେ ଉତଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା  ।