ଶଂଖ ଭବନରେ ବିକ୍ଷୋଭର ସ୍ୱର । ଭିକେ ପାଣ୍ଡିଆନଙ୍କ ବିରୋଧୀ ନାରା ଦେଲେ ଯୁବ, ଛାତ୍ର ନେତା ।

1,155

କନକ ବ୍ୟୁରୋ: ପରାଜୟ ପରେ ବିଜେଡିରେ ତେଜୁଛି ଅସନ୍ତୋଷ । ବରିଷ୍ଠ ନେତା ମାନେ ଏନେଇ ପାଟି ଫିଟାଉ ନଥିବା ବେଳେ ଯୁବ, ଛାତ୍ର ନେତା ମାନେ ଭୀଷଣ କ୍ଷୁବ୍ଧ ହୋଇଛନ୍ତି । ଗତରାତିରେ ଶଙ୍ଖ ଭବନରେ ଅସନ୍ତୋଷର ଚିତ୍ର ଦେଖିବାକୁ ମିଳିଛି । କୌଣସି ପରିସ୍ଥିତିରେ ପାଣ୍ଡିଆନ କିମ୍ବା ତାଙ୍କ ସମର୍ଥକଙ୍କୁ ଶଙ୍ଖ ଭବନରେ ପୂରାଇ ଦିଆଯିବ ନାହିଁ ବୋଲି ବିଜେଡିର ଯୁବ ଓ ଛାତ୍ରନେତା ମାନେ ଚେତାବନୀ ଦେଇଛନ୍ତି ।

ଶୁକ୍ରବାର ସଂଧ୍ୟାରେ ବିଜେଡିର ବହୁ ଯୁବ ଓ ଛାତ୍ର ନେତା ଶଙ୍ଖ ଭବନରେ ପହଞ୍ଚି ଭିକେ ପାଣ୍ଡିଆନ, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ବିରୋଧରେ ନାରାବାଜି କରିଥିଲେ । ଏହି ନେତା ମାନେ ମିଳିତ ଭାବେ ଦଳକୁ ବୁଡ଼ାଇଦେଲେ ବୋଲି ଯୁବ ଓ ଛାତ୍ର ନେତା ମାନେ ଅଭିଯୋଗ କରିଛନ୍ତି । ପାଣ୍ଡିଆନ ଦଳକୁ ବୁଡ଼ାଇବା ପରେ ବି କାହିଁକି ସସ୍ମିତ ପାତ୍ର ସାମ୍ବାଦିକ ସମ୍ମିଳନୀ କରି ସୁରକ୍ଷା ଦେଉଛନ୍ତି ବୋଲି ସେମାନେ ପ୍ରଶ୍ନ କରିଥିଲେ । ପରେ ଘଟଣା ସ୍ଥଳକୁ ଆସି ଯୁବ ଓ ଛାତ୍ର ନେତାଙ୍କୁ ବୁଝାଇଥିଲେ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ।