କନକ ବ୍ୟୁରୋ: ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା । ସ୍ୱାସ୍ଥ୍ୟ ସେବା ମିଳିବା ଏଠି ସାତସପନ । ଜିଲ୍ଲା ଚିକିତ୍ସାଳୟରେ ଡାକ୍ତରଙ୍କ ଅନୁପସ୍ଥିତି ଏବଂ ଆବଶ୍ୟକ ଅନୁପାତରେ ଡାକ୍ତରଙ୍କ ସମେତ ଷ୍ଟାଫ ଏବଂ ବେଡ୍ ନଥିବାରୁ ରୋଗୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କାଶୀପୁରରେ ହଇଜା ବ୍ୟାପିବା ଘଟଣା ଯେମିତି ଏହାର ଏକ ବଡ ଉଦାହରଣ । ହେଲେ ଏବେ ବି ଡାକ୍ତର ପଦବୀ ପୂରଣ ହୋଇପାରୁନି । ଜିଲ୍ଲାର ପ୍ରତି ବ୍ଳକସ୍ତରରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଲିଥିବା ଡାକ୍ତରୀ ପଦବି ପୂରଣ ହେଉନି ।
ସେପଟେ ଗରିବ ଆଦିବାସୀ ବାଧ୍ୟ ହୋଇ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବା ସହିତ ଠକାମୀର ଶିକାର ହେଉଛନ୍ତି । ଲକ୍ଷ ଲକ୍ଷ ଟଙ୍କା ଖର୍ଚାନ୍ତ ହେବା ସହ ଠକାମିର ଶିକାର ହେଉଛନ୍ତି । ଏମିତିକି ବାଧ୍ୟ ହୋଇ ନିଜର ଜମିଜମା ବିକ୍ରି କରୁଛନ୍ତି । ଜିଲ୍ଲାରେ ୩୪ଟି ପ୍ରାଇମେରି ହେଲ୍ଥ ସେଣ୍ଟର ରହିଛି । ଏସମସ୍ତ ଚିକିସ୍ରାଳୟ ନିମନ୍ତେ ୨୪୯ ଜଣ ଡାକ୍ତର ଆବଶ୍ୟକ ଥିବା ସ୍ଥଳେ ଅଛନ୍ତି ୧୫୪ ଜଣ ଡାକ୍ତର, ଅର୍ଥାତ ଜିଲ୍ଲାରେ ଖାଲି ପଡିଛି ୯୫ଟି ଡାକ୍ତର ପଦବୀ ।
ସେହିପରି ଅନ୍ୟ କର୍ମଚାରୀଙ୍କ ମଧ୍ୟ ଅଭାବ ରହିଛି । ମେଡିକାଲ ୫ମହଲା ହୋଇଥିଲେ ବି ବେଡର ଅଭାବ ରହିଛି । ଅନେକ ସମୟରେ ରୋଗୀମାନଙ୍କୁ ଚିକିତ୍ସା ପାଇଁ ବାହାରକୁ ରେଫର କରାଯାଉଛି । ପ୍ରତିଥର ଭଳି ଚଳିତଥର ମଧ୍ୟ ଅଭିଯୋଗ ଉପରେ ଗୁରୁତ୍ୱ ଦିଆଯିବାକୁ ମିଳିଛି ପ୍ରତିଶ୍ରୁତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/11/drrr.png)