କନକ ବ୍ୟୁରୋ: ଓଡ଼ିଶା ବିପର୍ଯ୍ୟୟ ପ୍ରସମନ ଦିବସ । ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁ୍ତ ରହିଛି । ଏହାର ଭିତ୍ତିଭୂମି ପାଇଁ ୨ ହଜାର କୋଟି ଖର୍ଚ୍ଚ ହେବ । ବିପର୍ଯ୍ୟୟ ମୁକାବିଲା ପାଇଁ ସବୁ ଗାଁକୁ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଓଡ଼ିଶାର ପ୍ରତି ଘରୁ ସୃଷ୍ଟି କରାଯିବ ବିପର୍ଯ୍ୟୟ ମୁକାବିଲା ଯୋଦ୍ଧା । ୱାର୍ଡମେମ୍ବରଠୁ ନେଇ ମୁଖ୍ୟମନ୍ତ୍ରୀ ସମସ୍ତେ ପ୍ରଶିକ୍ଷଣ ନେବେ । ସବୁ ଗାଁରେ ୧୦ ଜଣଙ୍କୁ ରେଡକ୍ରସ ପକ୍ଷରୁ ଟ୍ରେନିଂ ଦିଆଯିବ । ସବୁ ପଂଚାୟତ ଗୁଡିକରେ ଲାଗିବ ଅଟୋମେଟେଡ ୱେଦର ଓ ରେନ୍ ଗଜ ଷ୍ଟେସନ । ୩ହଜାର ପଂଚାୟତ ପାଇଁ ବିଶ୍ୱ ବ୍ୟାଙ୍କ ଆର୍ଥିକ ସହାୟତା ଯୋଗାଇବ । ଏହା ସହ ସବୁ ସରକାରୀ ଅଧିକାରୀ ବିପର୍ଯ୍ୟୟ ମୁକାବିଲା ତାଲିମ ନେବେ । ସେହିଭଳି ବିପର୍ଯ୍ୟୟ ନେଇ ମୁକାବିଲାରେ ଗତ ୧୦ ବର୍ଷରେ ଅନେକ ପରିବର୍ତନ ଆସିଛି । ରାଜ୍ୟରେ ପ୍ରାୟ ୨୦ଟି ଓଡିଆରଏଫ ଟିମ୍ ଥିବା ବେଳେ ଏବେ ସବୁ ଜିଲ୍ଲାରେ ଓଡିଆରଏଏଫ ଟିମ୍ ରହିବାର ବ୍ୟବସ୍ଥା କରାଯାଉଛି ।