ମୀନାଙ୍କୁ ମିଳୁଛି ଶିକୁଳି ଶାସ୍ତି: ୩୨ ବର୍ଷ ହେବ ବେଡିରେ ବନ୍ଧା ଅଧା ଜୀବନ । ଚିକିତ୍ସା ପାଇଁ ପଇସା ନାହିଁ

336

କନକ ବ୍ୟୁରୋ: ମୀନା ସେଠୀ । ବୟସ ୩୨ ବର୍ଷ । ଯେଉଁ ବୟସରେ ଜଣେ ଯୁବତୀ ବାହା ହୋଇ ତା ଅଳତା ପିନ୍ଧା ପାଦରେ ଶାଶୁଘରକୁ ଯିବାକଥା ସେହି ବୟସରେ ମୀନାଙ୍କ ପାଦରେ ବେଡି ପଡିଛି  । ତାଙ୍କ ବର୍ତ୍ତମାନ ଜୀବନ ସହ ଭବିଷ୍ୟତର ସ୍ୱପ୍ନରେ ଶିକୁଳି ପଡିଛି । ଆଉ ପିଲାଟି ବେଳୁ ଦୀର୍ଘ ୩୨ ବର୍ଷ ହେବ ଏମିତି ଶିକୁଳି ଶାସ୍ତି ପାଇ ଚାଲିଛନ୍ତି ମୀନା ସେଠୀ ।

ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ତିରିମଲ ଗାଁରେ ଜନ୍ମ ହୋଇଥିବା ମୀନା ପିଲା ବେଳୁ ହିଁ ଏମିତି । ନା ଚାଲି ପାରନ୍ତି ନା ଭଲ କି କଥା ହୋଇ ପାରନ୍ତି । ବୟସ ବଢୁଥିଲେ ବି ସେମିତି ପିଲାବେଳୁ ଘୁଷୁଡି ଘୁଷୁଡି ଏପଟ ସେପଟ ହେଉଛନ୍ତି ମୀନା । ତେବେ କିଛି ଜାଣି ପାରୁନଥିବା ମୀନା ଲୋକଙ୍କୁ ଆକ୍ରମଣ କରୁଥିବାରୁ ତାଙ୍କୁ ୩୨ ବର୍ଷ ହେବ ବନ୍ଧା ହୋଇ ରଖାଯାଇଛି ।

ସେପଟେ ମାନସିକ ବିକାରଗ୍ରସ୍ତ ମୀନାଙ୍କ ଏଭଳି ପରିସ୍ଥିତି ଦେଖି ଅନେକ ଡାକ୍ତର, ଦିଅଁଦେବତା ଦେଖାଇ ସାରିବା ପରେ ବି କୌଣସି ସୁଫଳ ମିଳୁନଥିବାରୁ ଭାଗ୍ୟକୁ ଆଦରି ତାଙ୍କୁ ଘରେ ପକାଇ ରଖିଛନ୍ତି । ତେବେ ଝିଅର ଅଧିକ ଚିକିତ୍ସା ପାଇଁ ପରିବାର ଲୋକେ ସରକାରଙ୍କୁ ଗୁହାରୀ କରିଛନ୍ତି ।