କନକ ବ୍ୟୁରୋ: ମୀନା ସେଠୀ । ବୟସ ୩୨ ବର୍ଷ । ଯେଉଁ ବୟସରେ ଜଣେ ଯୁବତୀ ବାହା ହୋଇ ତା ଅଳତା ପିନ୍ଧା ପାଦରେ ଶାଶୁଘରକୁ ଯିବାକଥା ସେହି ବୟସରେ ମୀନାଙ୍କ ପାଦରେ ବେଡି ପଡିଛି । ତାଙ୍କ ବର୍ତ୍ତମାନ ଜୀବନ ସହ ଭବିଷ୍ୟତର ସ୍ୱପ୍ନରେ ଶିକୁଳି ପଡିଛି । ଆଉ ପିଲାଟି ବେଳୁ ଦୀର୍ଘ ୩୨ ବର୍ଷ ହେବ ଏମିତି ଶିକୁଳି ଶାସ୍ତି ପାଇ ଚାଲିଛନ୍ତି ମୀନା ସେଠୀ ।
ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକ ତିରିମଲ ଗାଁରେ ଜନ୍ମ ହୋଇଥିବା ମୀନା ପିଲା ବେଳୁ ହିଁ ଏମିତି । ନା ଚାଲି ପାରନ୍ତି ନା ଭଲ କି କଥା ହୋଇ ପାରନ୍ତି । ବୟସ ବଢୁଥିଲେ ବି ସେମିତି ପିଲାବେଳୁ ଘୁଷୁଡି ଘୁଷୁଡି ଏପଟ ସେପଟ ହେଉଛନ୍ତି ମୀନା । ତେବେ କିଛି ଜାଣି ପାରୁନଥିବା ମୀନା ଲୋକଙ୍କୁ ଆକ୍ରମଣ କରୁଥିବାରୁ ତାଙ୍କୁ ୩୨ ବର୍ଷ ହେବ ବନ୍ଧା ହୋଇ ରଖାଯାଇଛି ।
ସେପଟେ ମାନସିକ ବିକାରଗ୍ରସ୍ତ ମୀନାଙ୍କ ଏଭଳି ପରିସ୍ଥିତି ଦେଖି ଅନେକ ଡାକ୍ତର, ଦିଅଁଦେବତା ଦେଖାଇ ସାରିବା ପରେ ବି କୌଣସି ସୁଫଳ ମିଳୁନଥିବାରୁ ଭାଗ୍ୟକୁ ଆଦରି ତାଙ୍କୁ ଘରେ ପକାଇ ରଖିଛନ୍ତି । ତେବେ ଝିଅର ଅଧିକ ଚିକିତ୍ସା ପାଇଁ ପରିବାର ଲୋକେ ସରକାରଙ୍କୁ ଗୁହାରୀ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/MINA-GFX.jpg)
/kanak/media/post_attachments/wp-content/uploads/2019/09/padaa-300x184.png)
/kanak/media/post_attachments/wp-content/uploads/2019/09/pada-300x189.png)