ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ପ୍ରସ୍ତୁତି: ଏଥର ଘରେ ରହି ଭୋଟ ଦେବେ ଦିବ୍ୟାଙ୍ଗ, ବୟସ୍କ ଓ ଅସୁସ୍ଥ ଭୋଟର

142

କନକ ବ୍ୟୁରୋ: ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏଥର ନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ନୂଆ ବ୍ୟବସ୍ଥା କରାଯାଇଛି । ଘରେ ରହି ଭୋଟ୍ ଦେବେ ବୟସ୍କ, ଦିବ୍ୟାଙ୍ଗ ଓ ଅସୁସ୍ଥ ଭୋଟର । ୮୦ ବର୍ଷରୁ ଅଧିକ ବୟସ୍କ, ୪୦ ବର୍ଷରୁ କମ୍ ବୟସ୍କ ଦିବ୍ୟାଙ୍ଗ ଓ ଅସୁସ୍ଥ ହୋଇ ଘରେ ରହିଥିଲେ, ସେମାନଙ୍କ ପାଇଁ ହୋମ୍ ଭୋଟିଂର ବ୍ୟବସ୍ଥା କରାଯାଇଛି । ଏହା ସହ ପୁଲିଂ ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀ ଓ କର୍ମଚାରୀ ଯେଉଁଠାରେ ଡ୍ୟୁଟି କରୁଥିବେ ସେହି ସ୍ଥାନରେ ଭୋଟ୍ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷୀରୁ ସ୍ୱତନ୍ତ୍ର ଭୋଟିଂ କେନ୍ଦ୍ର କରାଯିବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ସାଧାରଣ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଉଛି । ସମସ୍ତ ଜିଲ୍ଲାରେ ଇଭିଏମ୍ ପହଂଚିବା ସହ ଟେଷ୍ଟିଂ ସରିଛି । ନିର୍ବାଚନ ପାଇଁ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ କାମ ସରିଛି । ଏବେ ତୃତୀୟ ପର୍ଯ୍ୟାୟ କାମ ଚାଲିଥିବା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ।