କନକ ବ୍ୟୁରୋ: ଖଣ୍ଡିଏ ବାଡି, ଗୋଟିଏ ଗୋଡ... ଏତେ ବଡ ଯୁଦ୍ଧ ଜିତିବାକୁ ବାସ୍ ଏତିକି ହିଁ ଯଥେଷ୍ଟ ତାଙ୍କ ପାଇଁ । ଆଶାବାଡିକୁ ଆଶ୍ରା କରି ସେ ବନିଛନ୍ତି ପ୍ରାର୍ଥୀ ଆଉ ଲୋକଙ୍କ ଉପରେ ରଖିଛନ୍ତି ଆଶା । ବିଶ୍ୱାସ ଅଛି ଲୋକେ ତାଙ୍କୁ ନିରାଶ କରିବେନି । କଥା ଦେଇ ଭୁଲିଯିବେନି । ସେ ଜିତିବେ ଲୋକଙ୍କ ବିଶ୍ୱାସ ଜିତି ସେବା କରିବେ । ଦିବ୍ୟାଙ୍ଗ ହେଲେ ତ କଣ ହେଲା ଦୁଃଖିରଙ୍କିଙ୍କ ଦୁଃଖ ଦୂର କରିବେ । ମନରେ ଏଇ ଆଶା ନେଇ ଚଳିତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପ୍ରାର୍ଥୀ ଭାବେ ଛିଡା ହୋଇଛନ୍ତି ଦିବ୍ୟାଙ୍ଗ ବ୍ୟକ୍ତି ପ୍ରଦୀପ ସେଠୀ ।

Advertisment

ନିର୍ବାଚନ ପାଇଁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ବଜ୍ରକୋଟ ପଞ୍ଚାୟତରେ ରାଜନୀତି ସରଗରମ ହେଉଥିବା ବେଳେ ଗାଁ ଗାଁରେ ଜୋରସୋରରେ ଚାଲିଛି ପ୍ରଚାର । ପାର୍ôଥମାନେ ଘରଘର ବୁଲି ନିଜ ସପକ୍ଷରେଭୋଟ ମାଗୁଛନ୍ତି । ଆଉ ଏତିକି ବେଳେ ନିର୍ବାଚନୀ ମୈଦାନକୁ ଓହ୍ଲାଇ ନିଜ ପାଇଁ ଗାଁ ଗାଁ ବୁଲି ଭୋଟ ମାଗୁଛନ୍ତି ଜଣେ ଦିବ୍ୟାଙ୍ଗ । ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ଲଢେଇ ଲଢୁଥିବା ବେଳେ ତାଙ୍କ ଆଶାବାଡି ସାହାଯ୍ୟରେ ଗାଁଗାଁବୁଲି ପ୍ରଚାର କରୁଛନ୍ତି । ଆଉ କହୁଛନ୍ତି ମୁଁ ଜଣେ ଦିବ୍ୟାଙ୍ଗ ଆପଣମାନଙ୍କ ଦୁଆରକୁ ଆସିଛି, ଦୟାକରି ମତେ ନିରାଶ କରିବେ ନାହଁ । ମୁଁ ଜଦି ଜିତେ ତାହେଲେ ଆପଣଙ୍କ ସୁଖ ଦୁଃଖରେ ସବୁବେଳେ ଛିଡା ହେବି ।

ବଜ୍ରପୋଟ ବଜାରରେ ଏକ ପାନ ଦୋକାନ କରି ନିଜର ପରିବାର ପୋଷନ୍ତି ପ୍ରଦୀପ । ଅଭାବ ଅସୁବିଧା ଭିତରେ ସମାଜ ସେବାର ସ୍ୱପ୍ନ ତାଙ୍କୁ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ହେବାକୁ ବାଟ ଦେଖାଇଛି । ରାସ୍ତାଘାଟ, ଶିକ୍ଷା, ପାନୀୟ ଜଳ କେମିତି ଗାଁକୁ ଆସିପାରିବ ସେ ଦିଗରେ ଗୁରୁତ୍ୱ ଦେବାକୁ ଲୋକଙ୍କୁ ପ୍ରଚାର ବେଳେ କହିଛନ୍ତି ପ୍ରଦୀପ ।

ଘର ଘର ବୋଲି ଖଣ୍ଡିଏ ବାଡି, ଗୋଟିଏ ଗୋଡରେ ଚାଲି ଚାଲି ଯାଇ ପୁସିଂ କାର୍ଡ ଦେଇ ପ୍ରଚାର କରୁଥିବା ବେଳେ ବିଜୟ ନେଇ ଅନେକ ଆଶା ରଖିଛନ୍ତି ପ୍ରଦୀପ । ତେବେ ପଞ୍ଚାୟତ ନିର୍ବାଚନକୁ ନେଇ ନିଇତି ନିଆରା ନେତାଙ୍କ ଖବର ଆସୁଥିବା ବେଳେ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ଖବର ସବୁଠି ଚର୍ଚ୍ଚାରେ ରହିଛି ।