ବାଲେଶ୍ୱର ସହରରେ ପାଇପରୁ ବାହାରୁଛି ଗୋଳିଆ ପାଣି । ବିକଳ୍ପ ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ଦୁର୍ଗନ୍ଧ ପାଣି ପିଉଛନ୍ତି ପ୍ରାୟ ୧ ହଜାର ପରିବାର ।

Advertisment
ବାଲେଶ୍ୱର ସହରରେ ପାଇପରୁ ବାହାରୁଛି ଗୋଳିଆ ପାଣି । ବିକଳ୍ପ ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ଦୁର୍ଗନ୍ଧ ପାଣି ପିଉଛନ୍ତି ପ୍ରାୟ ୧ ହଜାର ପରିବାର ।

କନକବ୍ୟୁରୋ : ବିଶୁଦ୍ଧ ପାନୀୟ ଜଳ ପାଇବା ସ୍ବପ୍ନ ପାଲଟିଛି ପୁଲବଜ।ର ଅଞ୍ଚଳର। ଆଜିକୁ ୩ ବର୍ଷ ହେବ ଗୋଳିଆ, ତେଲିଆ ଓ ଦୂର୍ଗନ୍ଧ ଯୁକ୍ତ ପାଣି ବ୍ୟବହାର କରୁଛନ୍ତି ପ୍ରାୟ ୧୦୦୦ ପରିବାର। ଫଳରେ ଜଣ୍ଡିସ ଓ କିଡନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି। ପ୍ରତିଦିନ ଅର୍ଥ ଖର୍ଚ୍ଚ କରି କିଣା ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ଅଭିଯୋଗ ପରେ ବି ସମାଧାନ ହେଉନାହିଁ। ଲୋକଙ୍କ ପାଖରେ ବିକଳ୍ପ ନ ଥିବାରୁ ଏହି ପାଣିକୁ ବ୍ୟବହାର କରିବାକୁ ବାଧ୍ୟ ହେଉଥିବା କହିଛନ୍ତି ଅଞ୍ଚଳବାସି।

ବାଲେଶ୍ଵର ପୌରାଞ୍ଚଳର ସମସ୍ତ ଘରକୁ ପାଇପ ପାଣି ଯୋଗାଇବା ପାଇଁ ପାଇପ ସଂଯୋଗ କରାଯାଇଛି। ମିଟର ବି ଲାଗିଛି। ଲୋକେ ମାସକୁ ମାସ ପାଣି କର ମଧ୍ୟ ଦେଉଛନ୍ତି। ହେଲେ ପାଣି କିଣି ପିଉଛନ୍ତି। କାରଣ ପାଇପରୁ ବାହାରୁଥିବା ଗୋଳିଆ ପାଣି ବ୍ୟବହାର ଉପଯୋଗୀ ନୁହେଁ । ପାଣିରେ ଜେଲି ଭଳି ମାଟିଆ ଖଣ୍ଡ ଭାସୁଛି, ଗନ୍ଧ ବାହାରୁଛି। ଉପରେ ତେଲିଆ ଆସ୍ତରଣ ପଡ଼ିଯାଉଛି। ପାଣି ଫିଲ୍ଟର ପ୍ରତି ମାସରେ ବଦଳେଇବାକୁ ପଡ଼ୁଛି। ଆକ୍ୱାଗାର୍ଡ ମଧ୍ୟ କାମ କରୁନଥିବା ଲୋକେ ଅଭିଯୋଗ କରିଛନ୍ତି ।

ପୌରାଞ୍ଚଳର ଅଧିକାଂଶ ଅଞ୍ଚଳରେ ପାଇବା ପାଣିର ଏହିଭଳି ସମସ୍ୟା। ଅମୃତ ଯୋଜନାରେ ସାମିଲ କରାଯାଇ ଘରକୁ ଘର ପାଣି ଯୋଗାଇବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପାଇପ ସଂଯୋଗ କରାଯାଇଛି। ଭୂପୃଷ୍ଠ ଜଳସ୍ତର କମୁ ଥିବାରୁ ନଦୀଜଳକୁ ପାନୀୟ ଉପଯୋଗୀ କରି ଯୋଗାଇବାକୁ ପ୍ରକଳ୍ପ କାମ ଆରମ୍ଭ ହୋଇଥିବା ବେଳେ କେବେ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇବେ ତାହା ଉପରେ ଭରସା କରିପାରୁ ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe