ବହୁ ଚର୍ଚ୍ଚିତ ‘ବାହୁବଳୀ’-ଟୁ ପାଇଁ ସିନେମା ନିର୍ଦ୍ଦେଶକ ଏସଏସ୍ ରାଜାମୌଲୀଙ୍କୁ ସାମ୍ମାନିତ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ତେଲୁଗୁ ସିନେମା ଜଗତରେ ଉଲ୍ଲେଖନୀୟ ଭୂମିକା ପାଇଁ ତାଙ୍କୁ ଗତକାଲି ଏଆରଏନ୍ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି ।
ସୂଚନା ମୁତାବକ, ଡକ୍ଟର ଏ ନାଗେଶ୍ୱର ରାଓଙ୍କ ସ୍ମୃତିରେ ପ୍ରତିବର୍ଷ ଏହି ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥାଏ । ଆଉ ଚଳିତବର୍ଷ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି-ସିନେମା ନିର୍ଦ୍ଦେଶକ ଏସଏସ୍ ରାଜାମୌଲୀ ।
ତେବେ ଏହି ଅବସରରେ ରାଜାମୌଲୀ କହିଥିଲେ କି, ‘ଏହି ସମ୍ମାନ ପାଇଁ କେତେ ଯୋଗ୍ୟ ତାହା ଜାଣେ ନାହିଁ । ମାତ୍ର ଉପରାଷ୍ଟ୍ରପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ହାତରୁ ମିଳିଥିବା ଏହି ପୁରସ୍କାର ଆଗକୁ ବଢ଼ିବାକୁ ପ୍ରେରଣା ଦେବ’ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/09/3-33.jpg)