କନକ ବ୍ୟୁରୋ: ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଗଡ଼ଭିଙ୍କର ଆଜି ପରଲୋକ ହୋଇଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ତାଙ୍କୁ ହୃଦଘାତ ଯୋଗୁଁ ତାଙ୍କର ନିଧନ ହୋଇଛି୍ୱୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ହୋଇଥିଲା। ଅଭିଷେକ ବଚ୍ଚନ ଓ ଜନ୍ ଆବ୍ରାହମଙ୍କ ଅଭିନୀତ 'ଧୁମ୍' ଏବଂ ବଚ୍ଚନ ଓ ହ୍ରିତିକ୍ ରୋଶନଙ୍କ ଅଭିନୀତ 'ଧୁମ୍-୨'ର ନିର୍ଦ୍ଦେଶନା ପାଇଁ ସେ ଜଣାଶୁଣା। ଉଭୟ ସିନେମା ସୁପରହିଟ୍ ଘୋଷଣା ହୋଇଥିଲା।
ଗଡ଼ଭି 'ମେରେ ୟାର୍ କି ଶାଦି ହୈ' ଏବଂ ଇମ୍ରାନ୍ ଖାନ୍ ଙ୍କ ଅଭିନୀତ 'କିଡନାପ୍' ଭଳି ସିନେମା ପାଇଁ ମଧ୍ୟ ଜଣାଶୁଣା। ସେ ୨୦୧୨ରେ 'ଅଜବ ଗଜବ ଲଭ୍' ଏବଂ ୨୦୨୦ରେ 'ଅପରେସନ୍ ପରିଣ୍ଡେ'ର ନିର୍ଦ୍ଦେଶନା ଦେଇଥିଲେ। ଫିଲ୍ମ ନିର୍ମାତା ୨୦୦୦ରେ 'ତେରେ ଲିଏ' ଜରିଆରେ ଡେବ୍ୟୁ କରିଥିଲେ। ତେବେ ୨୦୦୪ରେ ସେ ପ୍ରଥମେ 'ଧୁମ୍' ଜରିଆରେ ନଜର ଆସିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/fh.jpg)