ସ୍ୱାଭିମାନ ଅଂଚଳରେ ପୁଲିସ ମହାନିର୍ଦ୍ଦେଶକ : ହନ୍ତଳାଗୁଡା ବିଏସଏଫ କ୍ୟାମ୍ପରେ ଯବାନଙ୍କ ମନୋବଳ ବଢାଇଲେ ଡିଜିପି ଅଭୟ

ମାଓ ଅପରେସନ ବାବଦରେ କଲେ ଆଲୋଚନା

53

କନକ ବ୍ୟୁରୋ : ସ୍ୱାଭିମାନ ଅଂଚଳରେ ପୁଲିସ ଡିଜି ଅଭୟ । ହନ୍ତାଳଗୁଡା ବିଏସଏଫ କ୍ୟାମ୍ପରେ ଡିଜିପି । ଗତକାଲି ଏନକାଉଂଟର ପରେ ଯବାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ଡିଜି ସ୍ୱାଭିମାନ ଅଂଚଳ ଗସ୍ତ କରିଛନ୍ତି । ମାଓ ଅପରେସନ ନେଇ ଯବାନଙ୍କ ସହ ଆଲୋଚନା କରୁଛନ୍ତି । ଗତକାଲି ସ୍ୱାଭିମାନ ଅଂଚଳରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ।

ଯବାନଙ୍କ ଗୁଳିରେ ୨ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା । ସର୍ଚ୍ଚ ଅପରେସନ୍ ବେଳେ ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ ହୋଇଛି । ସ୍ୱାଭିମାନ ଅଂଚଳକୁ ମାଓବାଦୀ ମୁକ୍ତ କରିବା ପାଇଁ ସଂକଳ୍ପ ନିଆଯାଇଛି । ଏହାସହ ମାଓବାଦୀ ମାନଙ୍କୁ ଆତ୍ମସମର୍ପଣ କରିବା ପାଇଁ ପୁଣି ଥରେ ଆହ୍ୱାନ ଦେଇଛନ୍ତି ପୋଲିସ ଡ଼ିଜି ।