ନିକଟରେ ଏକାଡେମୀ ଅଫ୍ ମୋସନ୍ ପିକର୍ଚସ୍ ଆର୍ଟସ୍ ସାଇସେନ୍ସ୍ ଦ୍ୱାରା ବିଶ୍ୱର ସର୍ବବୃହତ୍ ଚଳଚ୍ଚିତ୍ର ପୁରସ୍କାର ଓସ୍କାର୍ ୨୦୧୯ରେ ସାମିଲ ହୋଇଥିବା ଚଳଚ୍ଚିତ୍ରର ତାଲିକା ପ୍ରକାଶ ପାଇଛି। ଏଥିରେ ଓଡ଼ିଆ ପୁଅ ଜିତେନ୍ଦ୍ର ମିଶ୍ରଙ୍କ ପ୍ରଯୋଜିତ ହିନ୍ଦୀ ଫିଚର୍ ଫିଲ୍ମ ‘ଦ ଲାଷ୍ଟ କଲର୍’ ଓସ୍କାରର ତାଲିକାରେ ସ୍ଥାନ ପାଇଛି। ଓସ୍କାର ପାଇଁ ମନୋନୀତ ହୋଇଥିବା ୩୪୪ ଟି ଫିଲ୍ମ ମଧ୍ୟରେ ଏହି ଫିଲ୍ମଟି ରହିଛି।/kanak/media/post_attachments/wp-content/uploads/2020/01/the-last-color-759-300x167.jpg)
ଓଡ଼ିଶାବାସୀଙ୍କ ପାଇଁ ଗର୍ବ ଆଣି ଦେଇଥିବା ଜିତେନ୍ଦ୍ରଙ୍କର ଜନ୍ମସ୍ଥାନ ହେଉଛି ଟିଟଲାଗଡ଼। ଓସ୍କାର ପାଇଁ ମନୋନୀତ ହୋଇଥିବା ‘ଦ ଲାଷ୍ଟ୍ କଲର୍’ ଫିଲ୍ମରେ ବିକାଶ ଖନ୍ନା ନିର୍ଦ୍ଦେଶନା ଦେଇଛନ୍ତି ଏବଂ ଏଥିରେ ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ ନିନା ଗୁପ୍ତା ଅଭିନୟ କରିଛନ୍ତି। ଫିଲ୍ମଟି ୟୁଏସ୍ ରେ ସ୍ପ୍ରିଇଂସ୍ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ରେ ୪ ଜାନୁଆରୀ ୨୦୧୯ ରେ ରିଲିଜ୍ କରାଯାଇଥିଲା । କିନ୍ତୁ ଏହି ଫିଲ୍ମକୁ ଭାରତରେ ରିଲିଜ୍ କରିବାକୁ ଏ ପର୍ୟ୍ୟନ୍ତ କୌଣସି ସୁଯୋଗ ମିଳିପାରି ନାହିଁ । ସେହିଭଳି ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲ ରେ ଏହାର ସ୍କ୍ରିନିଂ ରଖାଯାଇଥିଲା । ଫିଲ୍ମର କାହାଣୀ ବାରଣାସୀରେ ରହୁଥିବା ବିଧବା ମହିଳାଙ୍କ ଜୀବନୀ ଉପରେ ଆଧାରିତ । ଯାହାକୁ ଦର୍ଶକ ଖୁବ୍ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଫିଲ୍ମ ଦ ଫାଉଣ୍ଡେସନ ଲାଷ୍ଟ୍ କଲର୍ ଡ଼ଲାସ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ରେ ବେଷ୍ଟ ଫିଚର୍ ଆୱାର୍ଡ଼ ମଧ୍ୟ ଜିତିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/01/The-Last-Colour-1280x720.jpg)
/kanak/media/post_attachments/wp-content/uploads/2020/01/JITENDRA-MISHRA-FILM-227x300.jpg)