କନକ ବ୍ୟୁରୋ : ୧୮ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତି ବିଶେଷଙ୍କୁ ଟିକାକରଣ ପାଇଁ ଓଡିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ୧ ମେ' ରୁ ଓଡିଶା ଯୁବ ବର୍ଗଙ୍କୁ ଟିକାକରଣ କରିବ । ଯୁବକଙ୍କୁ ଟିକା ଦେବା ପାଇଁ ରାଜ୍ୟରେ ଅଧିକ ସେସନ ସାଇଟ ଓ ଟିକାକରଣ କେନ୍ଦ୍ର ଖୋଲାଯିବ । କୋଇନ ଆପ ଓ ସ୍ପଟ ରେଜିଷ୍ଟ୍ରେସନ ମାଧ୍ୟମରେ ପଞ୍ଜିକରଣ କରାଯିବ । ସରକାରୀ ଓ ଘରୋଇ ହସ୍ପିଟାଲରେ ପୂର୍ବଭଳି ଟିକାକରଣ କରାଯିବ । ଓଡିଶାକୁ ଆଜି ୧ ଲକ୍ଷ କୋଭସିଲ୍ଡ ଟିକା ଆସୁଛି ଏହା ଅପରାହ୍ନ ଗୋଟାଏରେ ପହଞ୍ଚିବ । ସହରାଞ୍ଚଳ ଗୁଡିକରେ ସପ୍ତାହନ୍ତ ସଟଡ଼ାଉନ ସମୟରେ ଟିକାକରଣ ବନ୍ଦ ରହିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ଦେଇଛନ୍ତି ।
୧୮ ବର୍ଷରୁ ଅଧିକ ବୟସଙ୍କ ଟିକାକରଣ ପାଇଁ ଓଡିଶା ପ୍ରସ୍ତୁତ : ଖୋଲାଯିବ ଅଧିକ ଟିକାକରଣ କେନ୍ଦ୍ର; ଆପ ସହ ସ୍ପଟ ରେଜିଷ୍ଟ୍ରେସନ ମାଧ୍ୟମରେ ହେବ ପଞ୍ଜିକରଣ
/kanak/media/post_attachments/wp-content/uploads/2021/04/12-16.jpg)