ହିରୋ କରିବା ପାଇଁ ଓଡିଆ ଅଭିନେତାଙ୍କୁ ମାଗିଲେ ପଇସା : ପୋଲିସ ଡକାଇ ସୁଟିଂ ବନ୍ଦ କଲେ ହିରୋ; ଥାନାରେ ଅଟକ ନିର୍ଦ୍ଦେଶକ

566

କନକ ବ୍ୟୁରୋ : ହିରୋ କରିବାକୁ ପଇସା ମାଗିଲେ, ଅଧାରେ ଅଟିକି ଗଲା ସୁଟିଂ । ଭୁବନେଶ୍ୱରକୁ ମ୍ୟୁଜିକ ଭିଡିଓ ସୁଟ କରିବାକୁ ଆସି ହଟହଟା ହୋଇଛନ୍ତି ବଲିଉଡ ହିରୋଇନ । ରାଜଧାନୀର ଜୟଦେବବାଟିକାରେ ଆଜି ଜି ମ୍ୟୁଜିକର ଏକ ମ୍ୟୁଜିକ ଭିଡିଓ ସୁଟିଂ ଚାଲିଥିଲା । ମ୍ୟୁଜିକ ଭିଡିଓରେ ଅଭିନୟ ପାଇଁ ବଲିଉଡର ହିରୋଇନ ଆସି ସାରିଥିଲେ । ଏଥିରେ ବଲିଉଡ ହିରୋଇନଙ୍କ ବିପକ୍ଷରେ ଓଲିଉଡର ଜଣେ ଅଭିନେତା ଅଭନିୟ କରିବାର ଥିଲା ।

ବଲିଉଡ ହିରୋଇନ ବିପକ୍ଷରେ ହିରୋ ହେବା ପାଇଁ ଓଲିଉଡ ଅଭିନେତାଙ୍କୁ ହିରୋ କରିବା ଟଙ୍କା ମଗାଯାଇଥିବା ଅଭିଯୋଗ ହୋଇଛି । ଏଥିରେ ରାଗି ଯାଇ ଓଲିଉଡ ଅଭିନେତା ପୁଲିସ ସହ ସୁଟିଂ ସେଟରେ ପହଞ୍ଚି ହଙ୍ଗାମା କରିଛନ୍ତି । ସୁଟିଂ ସେଟରେ ଅଭିନେତାଙ୍କ ହଙ୍ଗାମା ପରେ ସୁଟିଂ ଅଧାରେ ବନ୍ଦ ହୋଇଯାଇଛି । ଅନ୍ୟପଟେ ପୁଲିସ ମ୍ୟୁଜିକ ଭିଡିଓର ନିର୍ଦ୍ଦେଶକଙ୍କୁ ଥାନାକୁ ଉଠାଇ ଆଣି ପଚରା ଉଚରା କରୁଛି ।