ଯୌନ ଶୋଷଣ ମାମଲାରେ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କୁ ପୋଲିସର ସମନ : ଥାନାରେ ମାମଲା ରୁଜୁ କରିଛନ୍ତି ଅଭିନେତ୍ରୀ ପାୟଲ ଘୋଷ; ଆଜି ହାଜର ହେବା ପାଇଁ ସମନ କରିଛି ପୋଲିସ

111

କନକ ବ୍ୟୁରୋ : ଯୌନ ଶୋଷଣ ମାମଲାରେ ନିର୍ଦ୍ଦେଶକ ଅନୁରାଗ କଶ୍ୟପକଙ୍କୁ ପୋଲିସର ସମନ । ଅଭିନେତ୍ରୀ ପାୟଲ ଘୋଷ ଥାନାରେ ମାମଲା ରୁଜୁ କରିବା ପରେ ଆଜି ହାଜର ହେବା ପାଇଁ ପୋଲିସ ସମନ ଜାରି କରିଛି । ସେପଟେ ଅନୁରାଗ କଶ୍ୟପଙ୍କ ଗିରଫ ଦାବି କରିଛନ୍ତି ପାୟଲ ଘୋଷ ।ଅନୁରାଗ କଶ୍ୟପଙ୍କ ନାମରେ ଧର୍ଷଣ ମାମଲା ରୁଜୁ କରିବା ପରେ ଅଭିନେତ୍ରୀ ପାୟଲ ଘୋଷ ମଙ୍ଗଳବାର ଦିନ ମହାରାଷ୍ଟ୍ର ରାଜ୍ୟପାଳ ଭଗତସିଂ କୁଶିଆରୀଙ୍କୁ ଭେଟିଥିଲେ । ରାଜ୍ୟପାଳଙ୍କୁ ଭେଟିବା ପରେ ସେ ଗଣମାଧ୍ୟମ ଆଗରେ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ରାଜ୍ୟପାଳଙ୍କ ଠାରେ ସୁରକ୍ଷା ମାଗିଥିବା କଥା କହିଥିଲେ । ପାୟଲ ରାଜ୍ୟପାଳଙ୍କୂୁ ଭେଟିବା ସମୟରେ ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ରାମଦାଶ ଆଠୱଲେ ବି ଉପସ୍ଥିତ ଥିଲେ ।
ପାୟଲ ଆହୁରି କହିଥିଲେ କି ରାଜ୍ୟପାଳଙ୍କ ପାଖରେ ‘ମୁଁ ମୋର କଥା ରଖିଲି, ଏହା ସହ ମୁଁ ପୋଲିସରେ କରିଥିବା ଅଭିଯୋଗର ଏକ ନକଲ ବି ରାଜ୍ୟପାଳଙ୍କୁ ଦେଇଛି, ଏହାସହ ମୁଁ ଜୀବନର ସୁରକ୍ଷା ପାଇଁ ମୋତେ ୱାଇ+ ସୁରକ୍ଷା ଯୋଗାଇ ଦେବାକୁ ଅନୁରୋଧ କରିଛି । ’ ପାୟଲ ଘୋଷ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ନାମରେ ଯୌନ ଉତ୍ପିଡନ ଅଭିଯୋଗ ଆଣିବା ପରେ ପୋଲିସ ଏକ ମାମଲା ରୁଜୁ କରିଛି । ପାୟଲଙ୍କ ଓକିଲ ନିତୀନ ସାତପୁତେ କହିଛନ୍ତି କି ଆଇପିସି ଧାରା ୩୭୬,୩୫.୩୪୧,୩୪୨ ଧାରାରେ ଧର୍ଷଣ, ଅସଭ୍ୟ ଆଚରଣ, ଭଳି ଅଭିଯୋଗ କରାଯାଇଛି । ସେପଟେ ଅନୁରାଗ କଶ୍ୟପ ଏସବୁ ମିଥ୍ୟା ବୋଲି କହିଛନ୍ତିି ।