କାଶୀପୁରରେ ଡିପଥେରିଆ ନେଉଛି ଜୀବନ । ଆରଏମଆରସିରେ ନମୂନା ପରୀକ୍ଷା ପରେ ସାମ୍ନାକୁ ଆସିଲା ସତ । ସ୍ଥିତି ଉପରେ ସ୍ୱାସ୍ଥ୍ୟ ବିଭାଗର ନଜର ।

73

କନକ ବ୍ୟୁରୋ: ରାୟଗଡ ଜିଲ୍ଲା କାଶୀପୁରରେ ବ୍ଲକ ମାନୁଷପଦର ଗାଁରେ ଆତଙ୍କ ଖେଳାଇଛି ଡିପଥେରିଆ ରୋଗ । ମାନୁଷପଦର ଗାଁରୁ ଆସିଥିବା ରକ୍ତ ନମୂନା ପରୀକ୍ଷା କରିବା ପରେ ସ୍ପଷ୍ଟ କରି ଆରଏମଆରସି । ସପ୍ତାହକ ମଧ୍ୟରେ ୫ ଶିଶୁଙ୍କ ମୃତ୍ୟୁ ପରେ କୋକୁଆ ଭୟ ଖେଳି ଯାଇଛି । ଏବେ ବି ଗାଁର ୫ ଜଣ ଶିଶୁ ଗୁରୁତର ହୋଇ ମେଡିକାଲରେ ଭର୍ତି ହୋଇଛନ୍ତି । ହଠାତ୍ ତଣ୍ଟିରେ ଦରଜ ହବା ସହ ତଣ୍ଟିି ଫୁଲିଯାଉଛି ଏବଂ ସାମାନ୍ୟ ଜ୍ୱର ହବା ସହ ତଣ୍ଟିରେ ଝିଲି ଭଳି ଜମାଟ ଦେଖିବାକୁ ମିଳୁଛି । ଯାହାଦ୍ୱାରା ରୋଗୀଙ୍କ ମୃତ୍ୟୁ ଘଟୁଥିବାର ଦେଖିବାକୁ ମିଳିଛି ।

ଘଟଣାକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, ମୋଟ ୫ ଜଣ ଡିପଥେରିଆ ରୋଗୀ ଚିହ୍ନଟ ହୋଇଛନ୍ତି । ଚିିକିତ୍ସିତ ଥିବା ୧୦ ରୋଗୀଙ୍କ ମଧ୍ୟରୁ ୫ ଜଣ ଡିପଥେରିଆରେ ଆକ୍ରାନ୍ତ ଅଛନ୍ତି । ଘରକୁ ଘର ବୁଲି ସର୍ଭେ କରିବା ସହ ଚିହ୍ନଟ ରୋଗୀଙ୍କ ସମ୍ପର୍କରେ ଆସିଥିବା ବ୍ୟକ୍ତିଙ୍କ ଚିହ୍ନଟ କରଯାଉଛି । ଏବଂ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଆଣ୍ଟିବାୟୋଟିକ, ଆବଶ୍ୟକ ସ୍ଥଳେ ଭ୍ୟାକସିନ୍ ଦିଆଯାଉଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏପଟେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସ୍ଥିତି ଉପରେ ନଜର ରଖିଛି ଓ ସ୍ଥିତି ନିୟନ୍ତ୍ରଣରେ ଥିବା କୁହାଯାଇଛି । ସେପଟେ କାଶୀପୁରରେ ଡିପଥେରିଆ ରୋଗକୁ ନେଇ ବର୍ତମାନ କ’ଣ ରହିଛି ସ୍ଥିତି? ଆକ୍ରାନ୍ତଙ୍କୁ ପ୍ରତିଷେଧକ ଭାବେ କ’ଣ ଦିଆଯାଉଛି, ସେ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ।