କନକ ବ୍ୟୁରା: ସମ୍ପର୍କ ତିଆରି କଲା ଆଉ ଟଙ୍କା ଲୁଟିନେଲା । ବାୟୁସେନାର ପୂର୍ବତନ ଅଧିକାରୀଙ୍କୁ ଚୂନା ଲଗାଇଛି ଡିପ୍ଲୋମା ଛାତ୍ର । ଅନଲାଇନ ଗେମିଂ ଜରିଆରେ ବୟସ୍କ ମାନଙ୍କୁ ଟାର୍ଗେଟ କରୁଥିବା ବେଳେ ଠକ ହାବୁଡରେ ପଡିଥିଲେ ବାୟୁସେନାର ପୂର୍ବତନ ଅଧିକାରୀ କିଶୋର ଗନ୍ତାୟତ  । ମେଡିକାଲରେ ସାହାଯ୍ୟ କରିବା ବାହାନାରେ ତାଙ୍କ ସହ ସମ୍ପର୍କ ବାନ୍ଧିଥିଲା ଅଭିଯୁକ୍ତ ସନ୍ତୋଷ ସାହୁ । ପରେ ଗେମିଂ ଲୋନ୍ ଆପ୍ ଜରିଆରେ ଲୁଟପାଟ ଆରମ୍ଭ କରିଥିଲା । ଗେମିଙ୍ଗରେ ହାରିଯାଇଥିବା ଟଙ୍କା ଫେରିପାଇବା ଆଶା ଦେଇ ତାଙ୍କଠାରୁ ନିଜ ଆକାଉଂଟ ଓ ଫୋନ୍ ଆକସେସ ନେଇଥିଲା ଠକ । ଆକାଉଂଟରୁ ପ୍ରାୟ ୩୫ ଲକ୍ଷରୁ ଅଧିକ ଟଙ୍କା ଲୁଟିନେଇଥିବା ସାଇବର ଥାନାରେ ଅଭିଯୋଗ କରିଥିଲେ ବାୟୁସେନାର ପୂର୍ବତନ ଅଧିକାରୀ । ଏହାର ତଦନ୍ତ ପରେ ବେଙ୍ଗାଲୁରୁ ଆକାଉଂଟରୁ ଓଡ଼ିଶା ଆକାଉଂଟକୁ  ଟଙ୍କା ଆସିଥିବା ଜଣାପଡିଥିଲା । ଲୁଟ୍ ଟଙ୍କାରେ ଅଭିଯୁକ୍ତ ଠକ ଦେଶ ବିଦେଶ ଯାତ୍ରା କରିବା ସହ ହୋଟେଲରେ ମଉଜ ମସ୍ତି କରୁଥିବା ତଦନ୍ତ ସମୟରେ ଜଣାପଡିଛି ।

Advertisment