କନକ ବ୍ୟୁରୋ: ଯୁବ ଚାଷୀଙ୍କୁ ମିଳିଛି ସଫଳତା । ଚାକିରୀ ଛାଡି ଚାଷବାସରେ ଦେଇଛନ୍ତି ମନ । ଆଉ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା । ନିଜେ ରୋଜଗାରକ୍ଷମ ହେବା ସହି ଅନ୍ୟ ଲୋକଙ୍କୁ ବି ଦେଉଛନ୍ତି ରୋଜଗାର । କେନ୍ଦ୍ରାପଡା ଗରଦପୁର ବ୍ଲକ ପଦ୍ମପୁରର ଶୁଭେନ୍ଦୁ ରାଉତ । ଜଣେ ଡିପ୍ଲୋମା ଇଂଜିନିୟର ହୋଇଥିଲେ ମଧ୍ୟ ଚାଷକୁ ନିଜର ପେଶା ଭାବରେ ଗ୍ରହଣ କରିନେଇଛନ୍ତି । ଚାକିର ପଛରେ ନଗୋଡାଇ ନିଜର ଜମିରେ ଆରମ୍ଭ କରିଥିଲେ ସମନ୍ୱିତ ଚାଷ ।
ପ୍ରଥମେ ଏକ କୁକୁଡା ଫାର୍ମ ପ୍ରତିଷ୍ଠା କରି ଅଳ୍ପ ପରିମାଣର କୁକୁଡା ଚାଷ ସହିତ ଜମିରେ ମକ୍କା , କୋବି , କଲରା , ପିଆଜ ସହିତ ୨ ଏକର ଜମିରେ ଲଗାଇଛନ୍ତି ଆକାଶିଆ ଗଛ । ଏଥିରେ ତାଙ୍କର ବାପା ଏବଂ ସ୍ଥାନିୟ ଅଂଚଳର ୪ ଯୁବକ ସହଯୋଗ କରୁଛନ୍ତି । ଶୁଭେନ୍ଦୁ ପାଠ ପଢିବା ସଙ୍ଗେ ସଙ୍ଗେ ତାଙ୍କର ଚାଷ ପ୍ରତି ଥିଲା ପ୍ରବଳ ଆଗ୍ରହ । ଫିଟର ଟ୍ରେଡରେ ଡିପ୍ଲୋମା ପରେ ଚାକିରି ପଛରେ ନଗୋଡାଇ ଆଜି ଜଣେ ସଫଳ ଚାଷୀ ହୋଇପାରିଛନ୍ତି । ଆଉ ଯୁବପିଢି ମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/01/Collage-Maker-30-Jan-2023-06.40-PM.jpg)