କନକ ବ୍ୟୁରୋ : ରେଲୱେ ଚାକିରିରେ ଯୋଗ ନଦେଇ ରାଜନୀତି ପାଇଁ ମନ ବଳାଇଲେ ଆଦିବାସୀ ଡିପ୍ଲୋମା ଇଂଜିନିୟର । ମାଲକାନଗିରି ଜିଲ୍ଲା କୋଲିମେଳା ଯୋନ-୨ ପାଇଁ ଜିଲ୍ଲା ପରିଷଦ ସଭ୍ୟା ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କୋୟା ଆଦିବାସୀ ଝିଅ ରିନା କଓାସୀ । କାଲିମେଳା ବ୍ଲକ ଅନ୍ତର୍ଗତ ଦୁର୍ଗମ ତୁମ୍ବାଗୁଡା ଗାଁର ଆଦିବାସୀ ଝିଅ ରିନା କଓାସୀଙ୍କ ବାପା ମାଆ ଚାଷ ବାସ କରି ଝିଅକୁ ଗାଁ ଓ ଆଦିବାସୀ ସେବାଶ୍ରମରେ ପାଠ ପଢାଇଥିଲେ ।
ଦଶମ ପାସ କରି ଷ୍ଟାଇପେଣ୍ଡ ପଇସାରେ ବହୁ ଖଷ୍ଟ ସାଧ୍ୟ କରି ରିନା କୋରାପୁଟ ଜିଲ୍ଲାର ଏକ ଘରୋଇ ଅନୁଷ୍ଠାନରେ ୨୦୧୬ ଠାରୁ ୨୦୨୦ ଯାଏଁ ପାଠପଢି ସିଭିଲ ଇଂଜିନିୟରିଂ ଡିପ୍ଲୋମା ହାସଲ କରି ଥିଲେ । ଡିପ୍ଲୋମା ସରିବା ପରେ ୨୦୨୧ରେ ସେ ରେଲୱେରେ ଚାକିରି ମଧ୍ୟ ପାଇଥିଲେ । ତେବେ ଗାଁ ଲୋକଙ୍କ ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ଉନ୍ନତି ଆଣିବା ଲାଗି ସେ ରାଜନୀତିରେ ଯୋଗ ଦେଇ ଥିବା କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/01/9-26.jpg)