ବଲିଉଡ ବିଉଟିଙ୍କ ମଧ୍ୟରେ କୋଲ୍ଡୱାର ! କ୍ୟାଟ୍ରିନାଙ୍କୁ ବିବାହ ଭୋଜିରେ ଡାକିବାକୁ ମନାକଲେ ଦୀପିକା

Advertisment
ବଲିଉଡ ବିଉଟିଙ୍କ ମଧ୍ୟରେ କୋଲ୍ଡୱାର ! କ୍ୟାଟ୍ରିନାଙ୍କୁ ବିବାହ ଭୋଜିରେ ଡାକିବାକୁ ମନାକଲେ ଦୀପିକା

image courtesy- http://www.masala.com

ବଲିଉଡରେ ଦୀପିକା ଓ କ୍ୟାଟିନାଙ୍କ ଭିତରେ ଲାଗିଥିବା କୋଲ୍ଡୱାର ବିଷୟରେ ଅଧିକାଂଶ ଲୋକ ଅଳ୍ପବହୁତେ ଜାଣିଥିବେ । ଏମାନଙ୍କ ଭିତରେ ଝଗଡା ଲାଗିବାର ମୁଖ୍ୟ କାରଣ ହେଉଛନ୍ତି ରଣବୀର କପୁର । ରଣବୀର କପୁରଙ୍କ ଏକ୍ସ ଗର୍ଲଫ୍ରେଣ୍ଟ ଦୀପିକା କ୍ୟାଟ୍ରିନାଙ୍କୁ ଦେଖିବା ମାତ୍ରେ ଚିଡିଥାନ୍ତି । ତେବେ ଦୁଇ ନାୟିକାଙ୍କ ଭିତରେ ଲଢେଇ ଏତେ ବଢି ଯାଇଛି ଯେ, କ୍ୟାଟ୍ରିନାଙ୍କୁ ନିଜ ବାହାଘର ଭୋଜିକୁ ଡାକିବେ ନାହିଁ ବୋଲି ଦୀପିକା ଏକ ସୋରେ କହିଛନ୍ତି ।

downloadଅଭିନେତ୍ରୀ ଅନୁଷ୍କା ଶର୍ମା ଓ କ୍ରିକେଟର ବିରାଟ କୋହଲିଙ୍କ ବିବାହ ପରେ ବଲିଉଡର ଅଭିନେତା ରଣବୀର ସିଂହ ଓ ଅଭିନେତ୍ରୀ ଦୀପିକା ପାଦୁକୋନ୍ଙ୍କ ବିବାହକୁ ନେଇ ଜୋରସୋର ଚର୍ଚ୍ଚାରେ ଚାଲିଛି। ଗତ କିଛି ଦିନ ହେବ ଏହି ଯୋଡି ଶ୍ରୀଲଙ୍କାରେ ଛୁଟି କଟାଉଥିଲା, ସେହି ସମୟରେ ଦୁହେଁ ନିର୍ବନ୍ଧ କରିବେ ବୋଲି ଏକ ଖବର ପ୍ରକାଶ ପାଇଥିଲା। କିନ୍ତୁ ଏଭଳି କିଛି ହେବାର ଦେଖିବାକୁ ମିଳିଲା ନାହିଁ।ଦୀପିକା ଓ ରଣବୀର ଯେବେବି ବିବାହ କରିବେ ସେ ସମ୍ପର୍କରେ ସମସ୍ତେ ତ ନିଶ୍ଚୟ ଜାଣିବେ। କିନ୍ତୁ ଏମାନଙ୍କ ବିବାହକୁ ନେଇ ଆଉ ଏକ ଖବର ଶୁଣିବାକୁ ମିଳିଛି କି, ବିବାହ ଭୋଜିରେ ଦୀପିକା କଟ୍ରିନାଙ୍କୁ ନିମନ୍ତ୍ରଣ କରିବେ ନାହିଁ । ଏହି କଥା ଦୀପିକା ନିଜେ କହିଛନ୍ତି।

ଦୀପିକା ନିଜ ଭଉଣୀ ଅନିଶା ପାଦୁକୋନ୍ଙ୍କ ସହିତ ଏକ ଚାଟ ସୋ’ ବିଏଫଏଫକୁ ଯାଇଥିଲେ। ସେଠାରେ ଏକ ସେଗମେଣ୍ଟରେ ଯେତେବେଳେ ସୋ’ର ଉପସ୍ଥାକ ନେହା ଧୁପିଆ ଦୀପିକାଙ୍କୁ ପ୍ରଶ୍ନ କରି କହିଥିଲେ, କ’ଣ ତୁମର ବିବାହ ଭୋଜି ତାଲିକାରେ କଟ୍ରିନାଙ୍କ ନାମ ରହିବ? ଦୀପିକା ଆକସ୍ମିକ ଭାବେ ନା ବୋଲି କହିଥିଲେ। ଦୀପିକାଙ୍କ ଏହି ଉତ୍ତର ପରେ ଲାଗୁଛି ଯେ ଉଭୟଙ୍କ ମଧ୍ୟରେ ଏବେ ମଧ୍ୟ କୋଲ୍ଡ ୱାର ଚାଲିଛି । ତେବେ କିଛିଦିନ ପୂର୍ବେ କ୍ୟାଟ୍ରିନାଙ୍କୁ ବାହା ନ ହେବାକୁ ରଣବୀରଙ୍କୁ ମଧ୍ୟ ମନା କରିଥିଲେ ପୂର୍ବତନ ପ୍ରେମିକା ଦୀପିକା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe