ସୀମାପାର ଫ୍ୟାସନର ଦିୱାନୀ ଦୀପିକା । ପିନ୍ଧିଲେ ପାକିସ୍ତାନୀ ଡିଜାଇନରଙ୍କ ଶାଢୀ

163

କନକ ବ୍ୟୁରୋ: ଏବେ ପାକିସ୍ତାନୀ ଡିଜାଇନରଙ୍କ ଦିୱାନା ହୋଇଛନ୍ତି ବଲିଉଡ ସେଲିବ୍ରିଟି । ପାକିସ୍ତାନୀ ଡିଜାଇନର ଫରାଜ ମନନ୍ ଏବେ ବଲିଉଡ ସେଲିବ୍ରିଟିଙ୍କ ପସନ୍ଦର ଡଜାଇନର ହୋଇଛନ୍ତି । ବିଜ୍ଞାପନ ହେଉ କି ବଲିଉଡ ଫଟୋ ସୁଟ୍ ସବୁଥିରେ ପରାଜଙ୍କର ଡିମାଣ୍ଡ ବଢିଚାଲିଛି । ବଲିଉଡ ଅଭିନେତ୍ରୀ ଦୀପିକା ବି ଏଥିରୁ ବାଦ ପଡିନାହାଁନ୍ତି ।

ନିକଟରେ ଏକ ସୋ’ରେ ଦୀପିକାଙ୍କୁ ଫରାଜଙ୍କ ଦ୍ୱାରା ଡିଜାଇନ୍ ହୋଇଥିବା ଶାଢୀରେ ଦେଖିବାକୁ ମିଳିଛି । ଏହାର ଫଟୋକୁ ଦୀପିକା ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫରାଜ ମଧ୍ୟ ତାଙ୍କ ଇନଷ୍ଟା ପେଜରେ ଦୀପିକା ଏକ କ୍ଲୋଜଅପ ଫଟୋ ସେୟାର କରିଛନ୍ତି । ଏସିଆର ପ୍ରମୁଖ ବ୍ରାଇଡାଲ ଡିଜାଇନରଙ୍କ ମଧ୍ୟରେ ଜଣେ ହୋଉଛନ୍ତି ଫରାଜ । ଏହା ପୂର୍ବରୁ ଫରାଜ ଅନେକ ବଲିଉଡ ସେଲିବ୍ରିଟିଙ୍କ ପାଇଁ ଡ୍ରେସ୍ ଡିଜାଇନ  କରିଛନ୍ତି । କରୀନା ମଧ୍ୟ ଅନେକ ସମୟରେ ଫରାଜଙ୍କ ଡିଜାଇନଡ୍ ଡ୍ରେସ୍ ପିନ୍ଧୁଥିବା ଦେଖିବାକୁ ମିଳନ୍ତି ।