କନକ ବ୍ୟୁରୋ : ଝାରସୁଗୁଡାରେ ରେକର୍ଡ ସଂଖ୍ୟକ ଭୋଟରେ ଜିତିଲା ବିଜେଡି । ବାପାଙ୍କ ରେକର୍ଡ ଭାଙ୍ଗିଲେ ଝିଅ ଦୀପାଳି । ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଟଙ୍କଧର ତ୍ରିପାଠୀଙ୍କୁ ୪୮,୬୧୯ ଭୋଟରେ ପରାଜିତ କରିଛନ୍ତି ଦୀପାଳି ଦାସ । ଗତ ୨୦୧୯ ନିର୍ବାଚନ ତୁଳନାରେ ଅଧିକ ଭୋଟ ପାଇଛି ବିଜେଡି । ୨୦୧୯ରେ ସ୍ୱଗର୍ତ ନବ ଦାସ ୯୮୬୨୦ ଭୋଟ ପାଇବା ସହ ୪୫୬୯୯ ଭୋଟରେ ବିଜୟୀ ହୋଇଥିଲେ । କିନ୍ତୁ ଉପ-ନିର୍ବାଚନରେ ଝିଅ ଦୀପାଳି ୧୦୭୦୦୩ ଭୋଟ ପାଇବା ସହ ୪୮,୬୧୯ ଭୋଟରେ ବିଜୟୀ ହୋଇଛନ୍ତି । ସେହିଭଳି ଉପ-ନିର୍ବାଚନରେ ବିଜେପିର ଭୋଟ ହାର ମଧ୍ୟ ବଢିଛି । ଗତ ନିର୍ବାଚନରେ ବିଜେପି ୫୨୯୨୧ ଭୋଟ ପାଇଥିବା ବେଳେ ଉପ-ନିର୍ବାଚନରେ ଏହି ସଂଖ୍ୟା ବୃଦ୍ଧି ପାଇ ୫୮୩୮୪ରେ ପହଞ୍ଚିଛି ।

Advertisment

ତେବେ ଏହି ଉପ-ନିର୍ବାଚନରେ କଂଗ୍ରେସକୁ ଲାଗିଛି ବଡ ଝଟକା । କଂଗ୍ରେସ ଉପ-ନିର୍ବାଚନରେ ମାତ୍ର ୪୪୭୩ଟି ଭୋଟ ପାଇଛି । ଗତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କୁ ୧୮୮୨୩ ଖଣ୍ଡ ଭୋଟ ମିଳିଥିଲା ।