ଆଲବମ୍ ଅଭିନେତ୍ରୀ ଦୀପା ସାହୁଙ୍କୁ କ୍ୟାନସର: ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି; ଚିକିତ୍ସା ପାଇଁ ଅର୍ଥର ଅଭାବ

ବଢୁଛି ସାଥୀ କଳାକାରଙ୍କ ସହାୟତାର ହାତ

20,178

କନକ ବ୍ୟୁରୋ: ରାଜ୍ୟର ପରିଚିତ ଆଲବମ୍ ଅଭିନେତ୍ରୀ ଦୀପା ସାହୁଙ୍କୁ କ୍ୟାନସର । ଆଲବମ ହିରୋଇନ ଦୀପା କ୍ୟାନସରରେ ପୀଡିତ ଥିବା ଜଣାପଡିଛି । କ୍ୟାନସରରେ ପୀଡିତ ହେବା ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ଦିନେ ଆଲବମରେ ଅଭିନୟ କରି ଲୋକଙ୍କୁ ମନୋରଂଜନ କରୁଥିଲେ ଏହି ଅଭିନେତ୍ରୀ ଜଣକ ।

କିନ୍ତୁ ଏବେ କ୍ୟାନସରରେ ପୀଡିତ ହେବା ପରେ ଚିକିତ୍ସା ହେବା ପାଇଁ ଅର୍ଥ ସାଜିଛି ବାଧକ । ପାଖରେ ଟଙ୍କାଟିଏ ନାହିଁ ଚିକିତ୍ସା ହେବାକୁ । ଏହି ଅସହାୟ ସମୟରେ ଦୀପାଙ୍କ ଫିଲ୍ମ ଜଗତର କିଛି ବନ୍ଧୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ଆଣିଛନ୍ତି । ଦୀର୍ଘ ବର୍ଷ ହେବ ଦୀପା ଆଲବମ ଜଗତରୁ ଦୁରେଇ ରହିଥିଲେ । ଆଉ ଏବେ ସେ କ୍ୟାନସରରେ ପୀଡିତ ଥିବା ଖବର ସାମ୍ନାକୁ ଆସୁଛି ।