୩୭ ବର୍ଷ ବୟସରେ ଟିମ୍ ଇଣ୍ଡିଆକୁ ପୁଣି କମବ୍ୟାକ୍ କଲେ ଦିନେଶ କାର୍ତ୍ତିକ । ଟୁଇଟରରେ ଲେଖିଲେ ଏମିତି କଥା…

254

କନକ ବ୍ୟୁରୋ: ଆପଣଙ୍କର ନିଜ ଉପରେ ବିଶ୍ୱାସ କରୁଥିଲେ, ସବୁକିଛି ଆପଣଙ୍କ ହକରେ ଯିବ । ଆପଣଙ୍କ ସମର୍ଥନ ଓ ବିଶ୍ୱାସ ପାଇଁ ଧନ୍ୟବାଦ, ପରିଶ୍ରମ ଜାରି ରହିବ । ଦୀର୍ଘ ଦିନ ପରେ ଟିମ୍ ଇଣ୍ଡିଆକୁ ବ୍ୟାକ୍ କରିବା ପରେ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ କିଛି ଏମିତି କଥା ଲେଖିଛନ୍ତି ଦିନେଶ କାର୍ତ୍ତିକ ।

ଗତକାଲି ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ ପାଇଁ ଦଳ ଘୋଷଣା ହୋଇଛି । ଏହି ସିରିଜ୍ ପାଇଁ ରୋହିତ, କୋହଲିଙ୍କୁ ବିଶ୍ରାମ ଦିଆଯାଇଥିବାବେଳେ, କେ ଏଲ ରାହୁଲଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି । ତେବେ ଖାସ୍ କଥା ହେଉଛି, ୩୭ ବର୍ଷ ବୟସରେ ଟିମ୍ ଇଣ୍ଡିଆକୁ ପୁଣି କମବ୍ୟାକ୍ କରିଛନ୍ତି ଡିକେ ।

ଚଳିତ ଆଇପିଏଲରେ ଦିନେଶ କାର୍ତ୍ତିକ ଅନେକ ଧୂଆଁଧାର ଇଂନିସ ଖେଳିଛନ୍ତି । ତାଙ୍କ ଇଂନିସ ବଳରେ ଆରସିବି ଅନେକ ମ୍ୟାଚ୍ ମଧ୍ୟ ଜିତିଛି । ଆଉ ତାଙ୍କର ଏହି ଧୂଆଁଧାର ସିଜିନ ପରେ ସେ ଟିମ୍ ଇଣ୍ଡିଆକୁ ପୁଣି କମବ୍ୟାକ୍ କରିଛନ୍ତି । ଏହାପରେ ସେ ନିଜ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଏହି ଇମୋସନାଲ କଥା ଲେଖିଛନ୍ତି ।

ଖାଲି ସେତିକି ନୁହେଁ, ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଦଳର ୟୁଟ୍ୟୁବ୍ ଚାନେଲରେ ବି ଡିକେ ଏକ ମେସେଜ୍ ସେୟାର କରିଛନ୍ତି । ଏହି ଭିଡିଓରେ ସେ କହିଛନ୍ତି ଯେ, ଏହା ତାଙ୍କର ସବୁଠୁ ଶ୍ରେଷ୍ଠ କମବ୍ୟାକ୍ । ଅନେକ ଲୋକ ତାଙ୍କ ଉପରୁୁ ଭରସା ହଟେଇ ସାରିଥିଲେ । ହେଲେ ଏହାପରେ ବି ତାଙ୍କ ପରିଶ୍ରମର ଫଳ ତାଙ୍କୁ ମିଳିଛି । ତେବେ ଏଥିପାଇଁ ସେ ସଞ୍ଜୟ ବାଙ୍ଗର, ମାଇକ ହେସନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୨୨ ଆଇପିଏଲରେ ବର୍ତ୍ତମାନ ସୁଦ୍ଧା ଡିକେଙ୍କ ଧମାକା ଦେଖିବାକୁ ମିଳିଛି । ୧୪ଟି ମ୍ୟାଚରୁ ସେ ୨୮୭ ରନ୍ କରିବା ସହିତ ୯ଥର୍ ନଟଆଉଟ୍ ରହିଛନ୍ତି । ବିଶେଷକରି ଆରସିବି ପାଇଁ ସେ ମ୍ୟାଚ୍ ଫିନିସର ଦାୟିତ୍ୱ ତୁଲାଇଛନ୍ତି, ଯାହାକୁ ଦେଖି ଚୟନକର୍ତ୍ତା ଏବେ ତାଙ୍କୁ ପୁଣି ଦଳରେ ସାମିଲ କରିଛନ୍ତି ।