ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେଲେ ଦିଲ୍ଲୀପଙ୍କ ପତ୍ନୀ: ଖଲ୍ଲିକୋଟ ହିଂସାରେ ପ୍ରାଣ ହରାଇଥିଲେ ସ୍ୱାମୀ ଦିଲ୍ଲୀପ

209

କନକ ବ୍ୟୁରୋ: ଭୋଟ ଗ୍ରହଣ କେନ୍ଦ୍ରକୁ ଯାଇ ମତ ସାବ୍ୟସ୍ତ ଖଲ୍ଲିକୋଟ ଶ୍ରୀକୃଷ୍ଣଶରଣପୁର ହିଂସା ଘଟଣାରେ ମୃତ ବିଜେପି କର୍ମୀ ଦିଲ୍ଲୀପ ପାହନଙ୍କ ପତ୍ନୀ । ମେ ୧୪ ତାରିଖ ଦିନ ପୋଷ୍ଟର ମରା ଘଟଣାକୁ ନେଇ ଦିଲ୍ଲୀପଙ୍କୁ ହତ୍ୟା କରାଯାଇଥିଲା । ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଦିଲ୍ଲୀପଙ୍କ ସ୍ତ୍ରୀ ମତଦାନ କେନ୍ଦ୍ରକୁ ଯାଇ ଭୋଟ ଦେଇଥିବା ଦେଖିବାକୁ ମିଳିଛି । ଏହି ରାଜନୈତିକ ହିଂସା ଘଟଣାରେ ବର୍ତମାନ ପର୍ଯ୍ୟନ୍ତ ଏପର୍ଯ୍ୟନ୍ତ ୧୧ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏସଆଇଟି ପକ୍ଷରୁ ତଦନ୍ତ କରାଯାଉଛି ।