କନକ ବ୍ୟୁରୋ : ନିର୍ବାଚନ ପୂର୍ବରୁ ଆକ୍ଟିଭ ମୋଡରେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ । ସକାଳୁ ସକାଳୁ ଭିନ୍ନ ଅନ୍ଦାଜରେ ଦିଲୀପଙ୍କୁ ଦେଖିବାକୁ ମିଳିଛି । ସୁନ୍ଦରଗଡ଼ ପୁରୁଣା ବସ ଷ୍ଟାଣ୍ଡ ଚା ଖଟିରେ ବୁଲିବା ସହ ଲୋକଙ୍କୁ ଭେଟି ଭଲ ମନ୍ଦ ପଚାରିଛନ୍ତି । ଖଟିରେ ଭେଟ ହୋଇଥିଲେ ଭବାନୀଶଙ୍କ ବିଦ୍ୟାଳୟର ପୂର୍ବତନ ସଂସ୍କୃତ ଶିକ୍ଷକ କାଶୀନାଥ ମିଶ୍ର । ନିଜ ଶିକ୍ଷକଙ୍କୁ ଭେଟି ତାଙ୍କ ଆଶୀର୍ବାଦ ନେବା ସହ ପରସ୍ପର ସହ ପୁରୁଣା ସ୍ମୃତି ବାଂଟିଛନ୍ତି ଦିଲୀପ । ଚା ଖଟିରେ ଲୋକଙ୍କ ସହ ଫଟୋ ମଧ୍ୟ ଉଠାଇଛନ୍ତି । ଏହାପରେ ଭବାନୀ ଭବନ ବହୁମୁଖୀ କ୍ରୀଡ଼ା ପ୍ରକଳ୍ପ ପରିଦର୍ଶନ କରି ସେଠାରେ ଅଭ୍ୟାସ କରୁଥିବା ଖେଳାଳିଙ୍କ ସହ ଆଲୋଚନା କରିଛନ୍ତି । ଚଳିତ ନିର୍ବାଚନରେ ଦିଲୀପ ବିଜେଡିର ସାଂସଦ ପ୍ରାର୍ଥୀ ହେବା ସମ୍ଭାବନା ଥିବା ତାଙ୍କର ଏଭଳି ଲୋକଙ୍କ ସହ ମିଶିବା ଘଟଣା ଚର୍ଚ୍ଚାରୁ ଅଧିକ ଖୋରାକ ଯୋଗାଇଛି ।
ଭିନ୍ନ ଅନ୍ଦାଜରେ ଦିଲ୍ଲୀପ ତିର୍କୀ । ସକାଳୁ ସୁନ୍ଦରଗଡ ପୁରୁଣା ବସଷ୍ଟାଣ୍ଡର ଚା’ ଖଟିରେ ଲୋକଙ୍କ ସହ କଲେ ରାଜନୈତିକ ଚର୍ଚ୍ଚା
/kanak/media/post_attachments/wp-content/uploads/2024/03/10-4.jpg)