୨୬ କୁ ଘୁଂଚିଲା ଦିଲ୍ଲୀପ ରାୟଙ୍କ ଦଣ୍ଡବିଧାନ ଶୁଣାଣି । ବ୍ୟକ୍ତିଗତ ଭାବରେ ହାଜର ହେବାକୁ ସମସ୍ତ ଦୋଷୀଙ୍କୁ ଦିଆଗଲା ନିର୍ଦ୍ଦେଶ

161

କନକ ବ୍ୟୁରୋ : ୨୬ କୁ ଘୁଂଚିଲା ଦଣ୍ଡ ଶୁଣାଣି । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଦଣ୍ଡବିଧାନ ଶୁଣାଣି ଘୁଂଚିଲା । ବ୍ୟକ୍ତିଗତ ଭାବରେ ହାଜର ହେବାକୁ ସମସ୍ତ ଦୋଷୀଙ୍କୁ ନିର୍ଦ୍ଦେଶ । କୋଭିଡ ସତର୍କତା ସହ ହାଜର ହେବାକୁ ନିର୍ଦ୍ଦେଶ । କୋଲବ୍ଲକ୍ ଦୁର୍ନୀତି ମାମାଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଦିଲ୍ଲୀପ ।

ତେବେ ପୂର୍ବରୁ ପୂର୍ବତନ କେନ୍ଦ୍ର କୋଇଲା ମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଥିଲେ । । ମାମଲାର ଶୁଣାଣି କରି ସ୍ପେଶାଲ କୋର୍ଟ ଦିଲ୍ଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ୧୯୯୯ ମସିହାରେ ଝାଡଖଣ୍ଡର ବ୍ରହ୍ମଡିଆ କୋଇଲା ଖଣି ଆବଂଟନରେ ଅନିୟମିତତା ଅଭିଯୋଗ ଆସିଥିଲା । ସ୍ପେଶାଲ ଜଜ୍ ଭରତ ପରାସର ଏହି ମାମଲାର ଶୁଣାଣି କରି ଦିଲ୍ଲୀପ ରାୟଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।