୧୭ ବର୍ଷ ପରେ ନବୀନ ନିବାସରେ ପାଦ ଦେଲେ ଦିଲ୍ଲୀପ ରାୟ । ବିଜେଡି ସୁପ୍ରିମୋଙ୍କ ସହ ଚାଲିଛି ରୁଦ୍ଧଦ୍ୱାର ବୈଠକ, ବିଜେଡିରେ ହୋଇପାରନ୍ତି ସାମିଲ

828

କନକ ବ୍ୟୁରୋ : ନବୀନ ନିବାସରେ ଦିଲ୍ଲୀପ ରାୟ । ବିଜେପିରୁ ଇସ୍ତଫା ଦେଇଥିବା ଦିଲ୍ଲୀପ ନବୀନ ନିବାସରେ ପହଞ୍ଚିବା ପରେ କଡ ଲେଉଟାଇଛି ରାଜ୍ୟ ରାଜନୀତି । ନବୀନ ନିବାସରେ ଦିଲ୍ଲୀପଙ୍କ ଏଣ୍ଟ୍ରି ପରେ ଏବେ ଭିନ୍ନ ଭିନ୍ନ ସମୀକରଣ ସାମ୍ନାକୁ ଆସିଛି । ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ସହ ରୁଦ୍ଧଦ୍ୱାର ବୈଠକ ଚାଲିଥିବା ବେଳେ ଯେକୌଣସି ମୁହୂର୍ତ୍ତରେ ଏକ ବଡ ଖବର ସାମ୍ନାକୁ ଆସିପାରେ । କୁହାଯାଉଛି ନିର୍ବାଚନ ପୂର୍ବରୁ ଦିଲ୍ଲୀପଙ୍କ ଘରବାହୁଡା ହୋଇପାରେ । ଦୀର୍ଘ ୧୭ ବର୍ଷ ପରେ ଦିଲ୍ଲୀପ ପୁଣିଥରେ ବିଜେଡିକୁ ଫେରିବେ ବୋଲି ଚର୍ଚ୍ଚା ହେଉଛି ।

ନିର୍ବାଚନ ପୂର୍ବରୁ ଦିଲ୍ଲୀପ ବିଜେଡିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି । ଗତ ନଭେମ୍ବର ୩୦ରେ ଉଭୟ ଦିଲ୍ଲୀପ ଓ ବିଜୟ ବିଜେପିକୁ ବାଏ ବାଏ କରିଥିଲେ । ସେବେଠାରୁ ଚର୍ଚ୍ଚା ହେଉଥିଲା ଏହି ଦୁଇ ହେଭିୱେଟ ନେତା ବିଜେଡିକୁ କମବ୍ୟାକ୍ କରିପାରନ୍ତି । ଆଉ ଏସବୁ ଭିତରେ ଦୀର୍ଘ ଦିନ ପରେ ପୁଣିଥରେ ନବୀନ ନିବାସ ମୁହାଁ ହୋଇଛନ୍ତି ଦିଲ୍ଲୀପ । କୁହାଯାଉଛି ଦିଲ୍ଲୀପଙ୍କୁ ଦଳରେ ସାମିଲ କରି ତାଙ୍କୁ କେନ୍ଦ୍ରାପଡାରେ ବୈଜୟନ୍ତଙ୍କ ବିରୋଧରେ ପ୍ରାର୍ଥୀ କରିବାକୁ ବିଜେଡି ଯୋଜନା କରୁଛି । ଯେହେତୁ କେନ୍ଦ୍ରାପଡା ବିଜୁ ବାବୁଙ୍କ କର୍ମସ୍ଥଳୀ ରହିଥିଲା ତେଣୁ ଦିଲ୍ଲୀପଙ୍କୁ ପ୍ରାର୍ଥୀ କରି ଦଳ ଏଠାରେ ବିଜୟ ବାନା ଉଡାଇବାକୁ ବ୍ଲୁ-ପ୍ରିଣ୍ଟ କରୁଛି । ଏହାପୂର୍ବରୁ ୨୦୦୨ ମସିହାରେ ଦିଲ୍ଳୀପକୁ ଦଳରୁ ବହିଷ୍କାର କରିଥିଲା ବିଜେଡି । ତେବେ ଦିଲ୍ଲୀପ ଯଦି ବିଜେଡିରେ ଯୋଗ ଦିଅନ୍ତି ତେବେ ଅନ୍ୟତମ ହେଭିୱେଟ ନେତା ବିଜୟ ମହାପାତ୍ରଙ୍କ ଗତି କୁଆଡେ ତାହା ଏବେ ସବୁଠୁୂ ବଡ ପ୍ରଶ୍ନ ।