ଟିକେଟ୍ ଘୋଷଣା ପରେ ଗାଁ ଗାଁରେ ଜମୁଛି ପ୍ରଚାର । ସୁନ୍ଦରଗଡ଼ରେ ଘର ଘର ବୁଲି ଭୋଟ୍ ମାଗୁଛନ୍ତି ଦିଲ୍ଲୀପ ତିର୍କି ଓ ବିନୟ ଟପ୍ପୋ ।

97

କନକ ବ୍ୟୁରୋ: ସୁନ୍ଦରଗଡ଼ ତଳସରା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ପ୍ରଚାର । ଗାଁ ଗାଁ ବୁଲି ଭୋଟ୍ ମାଗୁଛନ୍ତି ପ୍ରାର୍ଥୀ । ଲୋକଙ୍କୁ ଭେଟି ଭୋଟ୍ ଭିକ୍ଷା କରୁଛନ୍ତି ବିଜେଡ଼ି ଲୋକସଭା ପ୍ରାର୍ଥୀ ପଦ୍ମଶ୍ରୀ ଦିଲ୍ଲୀପ ତିର୍କି ଏବଂ ବିଧାନସଭା ପ୍ରାର୍ଥୀ ବିନୟ ଟପ୍ପୋ । ତଳସରା ନିର୍ବାଚନ ମଣ୍ଡଳୀର ଲୁଲକିଡିହି, ବନଡେଗା ଅଞ୍ଚଳରେ ପ୍ରଚାର କରୁଛନ୍ତି ଉଭୟ ଲୋକସଭା ଓ ବିଧାନସଭା ପ୍ରାର୍ଥୀ । ପ୍ରଚାର ସମୟରେ ଲୋକଙ୍କ ପାଖରେ ବସି ଆଦିବାସୀ ସାଦ୍ରୀ ଭାଷାରେ କଥା ହୋଇ ତାଙ୍କୁ ଭୋଟ୍ ଦେବା ପାଇଁ ନିବେଦନ କରୁଛନ୍ତି ।

ସେହିପରି ଢେଙ୍କାନାଳରେ ମଧ୍ୟ ପ୍ରଚାର ଜୋର ଧରିଛି । ତାରିଣୀ ମନ୍ଦିରରେ ପୂଜାର୍ଚ୍ଚନା କରି ପ୍ରଚାର ଆରମ୍ଭ କରିଛନ୍ତି ରୁଦ୍ର ନାରାୟଣ ପାଣି । ତାଙ୍କ ସହ ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପାତ୍ର, ରାଜ୍ୟ ବିଜେପି ପର୍ଯ୍ୟବେକ୍ଷକ ଗୋଲକ ମହାପାତ୍ର ଓ ଶତାଧିକ କର୍ମୀଙ୍କ ସହ ପଦଯାତ୍ରା କରି ଗନ୍ଦିଆ ବଜାର ପରିକ୍ରମା କରିଛନ୍ତି । ଗନ୍ଦିଆ ଥାନା ସମ୍ମୁଖରେ ବିଜେପିର ନୂତନ କାର୍ଯ୍ୟାଳୟକୁ ମଧ୍ୟ ଉଦଘାଟନ କରିବା ସହ ଲୋକଙ୍କ ନିକଟକୁ ଯାଇ ଭୋଟ୍ ଭିକ୍ଷା କରିଛନ୍ତି ।